ମରୁଡି ପ୍ରଭାବିତ ଅଞ୍ଚଳ ବୁଲିଲେ ଜିଲ୍ଲାପାଳ

0
52
ମରୁଡି ପ୍ରଭାବିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୧୧) : କାଶୀନଗର ବ୍ଲକର ଗରିବନ୍ଧା ଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରହିଥିଲା ଏହି ଶିବିରରେ ଏସପି ସୁଶ୍ରୀ ସ୍ୱାତୀ ଏସ କୁମାର ଯୋଗ ଦେଇଥିଲେ l

ଶିବିରରେ ମିଳିଥିବା ଅଭିଯୋଗ ମଧ୍ୟରୁ ଅନେକଙ୍କ ମରୁଡି ଉପରେ ଥିବାରୁ ଶୁଣାଣି ପରେ ପରେ ଅଖିଆ ଅବସ୍ଥା ରେ ଜିଲ୍ଲାପାଳ ଓ ତାଙ୍କ ଟିମ, ବ୍ଲକ ଅଧ୍ୟାକ୍ଷା ବାଲା ସାୟାମ୍ମା, ଶିଆଳି ସରପଞ୍ଚ ଶ୍ରୀ ରାମ ପ୍ରସାଦ ପଟନାୟକ, ବିଡ଼ିଓ ଅନୁପ ପଣ୍ଡା, ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ, ଓ ଅନ୍ୟାନ୍ୟ ଲାଇନ ବିଭାଗ ର ଅଧିକାରୀ ମାନେ ଶିଆଳି, ଗରିବନ୍ଧା ପଂଚାୟତ ର ବିଭିନ୍ନ ଜାଗାକୁ ଯାଇ ସମ୍ଭାବ୍ୟ ମରୁଡି ପରିସ୍ଥିତି ବୁଲି ଦେଖିଥିଲେ, ବିଭିନ୍ନ ଯାଗାରେ ଚେକ ଡେମ, ଜଳାଶୟ ଗୁଡିକର ପଙ୍କ ଉଦ୍ଧାର କାର୍ଯ୍ୟକ୍ରମ ହାତକୁ ନେବାକୁ ଶ୍ରୀ ପଟନାୟକଙ୍କ ଦାବୀକୁ ଜିଲ୍ଲାପାଳ ଗ୍ରହଣ କରି ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ l