କାଶୀନଗର ବ୍ଲକର ପାର୍ତାଡା ପାଞ୍ଚାୟତରେ କଂଗ୍ରେସର ବୈଠକ

0
53
କାଶୀନଗର ବ୍ଲକର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୧୦) : କାଶୀନଗର ବ୍ଲକର ଏକଦା ଆଦିବାସୀ ପାଞ୍ଚାୟତ ଥିବା ପାର୍ତାଡା ରେ କଂଗ୍ରେସ ତାର ସଂଘଠନକୁ ପୁନର୍ଜୀବିତ କରିଛି ।

ଗତ କାଲି ଏହି ଠାରେ କଂଗ୍ରେସ ବ୍ଲକ ସଭାପତି ଶ୍ରୀରାମ ପ୍ରସାଦ ପଟନାୟକଙ୍କ ସଭାପତିତ୍ୱରେ ଏକ ସାଂଘାଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବିଶାଳ ସଭା ରେ ମୁଖ୍ୟ ଅତିଥିଭାବେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟନାୟକ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ବିଭୁତି ପାତ୍ର, ଯୁବ କଂଗ୍ରେସ ନେତା ବସନ୍ତ ପଣ୍ଡା, ଗସିନ ରୟିତ, ଡିପନ ରୟିତ, ଭୁବେନେଶ୍ୱର ନାୟକ, ଯୋଗ ଦେଇ କେନ୍ଦ୍ରର ବିଜେପି ଓ ରାଜ୍ୟର ୨୩ ବର୍ଷ ବିଜେଡି ସରକାର ଲୋକଙ୍କ ପାଇଁ କଣ କରିଛନ୍ତି ସେ ନେଇ ଲୋକ ଙ୍କୁ ବୁଝାଇ ଥିଲେ । ଆଗାମୀ ନିର୍ବାଚନରେ ପୁଣି ଘରେ ଘରେ କଂଗ୍ରେସ ଓ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ଆସିଲେ ଆଦିବାସୀ ଓ ଗରିବଙ୍କ କଲ୍ୟାଣ ହେବ ବୋଲି ଶ୍ରୀ ପଟନାୟକ ବୁଝାଇଥିଲେ ।