ଗଞ୍ଜାମ ଜିଲ୍ଲା ର କାଶୀନଗର ବ୍ଲକ ମିନିଗାମ୍ ନିକଟରେ ହାତୀ ଆତଙ୍କ

1
279

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୬/୧୨) : ଗଞ୍ଜାମ ଜିଲ୍ଲା ର କାଶୀନଗର ବ୍ଲକ କେ. ସୀତା ପୂର୍ ଗ୍ରାମ ପଞ୍ଚାୟତ ମିନି ଗାଁ ନିକଟରେ ହାତୀ ପଲ ଦେଖା ଦେଇଥିବାରୁ ମିନି ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।

ଖବର ନେବାରେ ଜଣାଯାଇଛି କି ଆନ୍ଧ୍ର ପ୍ରଦେଶ ର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଆଳତି ଗ୍ରାମ ନିକଟରେ ବଣୁଆ ହାତୀ ଦେଖାଯାଇଛି । ଯାହା କି ଗଞ୍ଜାମ ଜିଲ୍ଲା ର କାଶୀନଗର ବ୍ଲକ ମିନିଗାମ୍ ସୀମାନ୍ତ ଅଟେ । ବର୍ତ୍ତମାନ ଧାନ ଅମଳ ସମୟ ହେତୁ ପାଚିଲା ଧାନ ଖାଇବା କୁ ଏହି ହାତୀ ପଲ ପଶି ଆସିଥିବା ଅନୁମାନ କରାଯାଉଛି । ବନ ବିଭାଗ ର କର୍ମଚାରୀ ମାନେ ହାତୀ ର ଗତିବିଧି କୁ ଲକ୍ଷ କରୁଥିବା ବେଳେ ଚାଷୀ ମାନେ ଫସଲ ନଷ୍ଟ ଆଶଙ୍କା କରିଛନ୍ତି । ଡି ରାଜେଶ୍ କୁମାର ପ୍ରତ୍ୟକ୍ଷଦର୍ଶୀ ଭାବେ ହାତୀ ଦେଖିଛନ୍ତି ।

1 COMMENT

Comments are closed.