ଯୁବ ଆଇନଜୀବୀ କୁଳମଣୀ ଲୁହାଙ୍କ ୪୦ ବର୍ଷ ବୟସରେ ଅକାଳ ବିୟୋଗ

0
32
ଯୁବ ଆଇନଜୀବୀ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୪/୧୧) : ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତ ଅନ୍ତର୍ଗତ କନ୍ଦାଖାଳ ଗ୍ରାମର ଯୁବ ଆଇନଜୀବୀ କୁଳମଣି ଲୁହା (୪୦)ଙ୍କ ଅକାଳ ବିୟୋଗ ହୋଇଯାଇଛି ।

ସେ ଘରେ ଥିବା ସମୟରେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କଲାପରେ ମୃତ ଘୋଷଣା କରିଥିଲେ| ଗୁରୁବାର ଦିନ ତାଙ୍କ ଶବ ଗାଁକୁ ଅଣାଯାଇ ଶ୍ମଶାନ ଘାଟରେ ଶବ ଦାହ କରାଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ଏକମାତ୍ର ପୁଅ, ଦୁଇ ଝିଅ, ବାପା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଭାନୁ ଲୁହା, ଦୁଇ ଭାଇ ପ୍ରଦ୍ୟୁମ୍ନ ଲୁହା, ପ୍ରବୀଣ ଲୁହା, କାକା ଗୋବିନ୍ଦ ଲୁହା, ସତ୍ୟଭାନୁ ଲୁହାଙ୍କ ସହିତ ଭାଇ ଆଇନଜୀବୀ ପ୍ରଶାନ୍ତ ଲୁହା, ଲକ୍ଷ୍ମଣ ଲୁହା, ଗୋପବନ୍ଧୁ ଲୁହା, ଶିଷ୍ୟଦେବ, କାମଦେବ, ଭାସ୍କର, ସମସ୍ତ ପରିବାର, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସେ ଜଣେ ମେଳାପୀ, ମିଷ୍ଟଭାଷୀ, ସମାଜସେବୀ ଓ ପରୋପକାରୀ ଥିଲେ । ତାଙ୍କର ୧୩ବର୍ଷୀୟ ଏକମାତ୍ର ପୁତ୍ର ପ୍ରିନ୍ସ ମୁଖାଗ୍ନି ଦେଇଥିଲେ । ଯୁବ ଆଇନଜୀବୀ କୁଳମଣୀ ଲୁହାଙ୍କ ଅକାଳ ବିୟୋଗରେ ଆଇନଜୀବୀ ମହଲରେ ତଥା ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି ।