ରହେନଚୁଆଁ ମୁଣ୍ଡା ଓ ବ୍ରାହ୍ମଣୀ ପାହାଡ଼ର ସୌନ୍ଦର୍ଯ୍ୟ କରଣ/ବିକାଶ ପାଇଁ ମୋଟ ଟ. ୪୬.୨୦ ଲକ୍ଷ ଅନୁମୋଦନ

0
28
ତାହେନଚୁଆଁ ମୁଣ୍ଡା

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୪/୧୧) : ମୁରିବାହାଲ ବ୍ଲକ ମାଲିଶିରା ଗ୍ରାମ ପଞ୍ଚାୟତ ରହେନଚୁଆଁ ମୁଣ୍ଡା ଏବଂ ବ୍ରାହ୍ମଣୀ ପାହାଡ଼କୁ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ପ୍ରଥମ କିସ୍ତିରେ ୪୬.୨୦ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି lWhatsapp Image 2023 11 24 At 14.28.53

ବିଭାଗ ପକ୍ଷରୁ ଏ ନେଇ ସୂଚିତ କରାଯିବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l ଅନୁଦାନ ମଞ୍ଜୁର ପୂର୍ବରୁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ସରକାରୀ ପଦାଧିକାରୀ ମାନେ ରହେନଚୁଆଁ ମୁଣ୍ଡା ଏବଂ ବ୍ରାହ୍ମଣୀ ପାହାଡ଼ ପରିଦର୍ଶନ ସମୟରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ସରକାରୀ ପଦାଧିକାରୀ ମାନେ ରହେନଚୁଆଁ ମୁଣ୍ଡା ଏବଂ ବ୍ରାହ୍ମଣୀ ପାହାଡ଼ ପରିଦର୍ଶନ କରିଥିଲେ l ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଅଧିକାରୀ, ଉପଖଣ୍ଡ ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ, ତହସିଲଦାର ଓ ଜଙ୍ଗଲ ସୁରକ୍ଷା ଅଧିକାରୀ ସାମୁହିକ ଭାବରେ ପରିଦର୍ଶନ କରିଥିଲେ l

ଡବ୍ଲୁଡିସି ସଦସ୍ୟ ହଂସରାଜ ଜୈନଙ୍କ ସ୍ୱତନ୍ତ୍ର ନିବେଦନ ଅନୁସାରେ ତଥା ଡବ୍ଲୁଡିସି ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀଙ୍କ ଅନୁରୋଧ କ୍ରମେ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସାହାଯ୍ୟ ସହଯୋଗ ତଥା ସ୍ୱତନ୍ତ୍ର ଦୃଷ୍ଟି ହେତୁ ମୁରିବାହାଲ ବ୍ଲକ ଅଧିନସ୍ତ ମାଲିସିରା ଗ୍ରାମପଂଚାୟତର ଖରାଳି ନିକସ୍ଥ ରହେନଚୁଆଁ ମୁଣ୍ଡା ଏବଂ ବ୍ରାହ୍ମଣୀ ପାହାଡ଼କୁ ଓଡିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟସ୍ତରୀୟ ଅଧିକାରୀ ଗଣ ପରିଦର୍ଶନ କରିଥିଲେ l

କ୍ଷେତ୍ର ପରିଦର୍ଶନ କରିଥିବା ଉଚ୍ଚସ୍ତରୀୟ କମିଟି ମଧ୍ୟରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ଦଳାଇ, ବରିଷ୍ଠ ଆର୍କିଟେକଚର କୁମାରୀ ବର୍ଣ୍ଣିକା ଚଟୋପଧ୍ୟାୟ ଓଡିଶା ସରକାର, ପିଏମଇଉ କନସଲଟେଣ୍ଟ ଶ୍ରୀ ଚିରଂଜିତ ଗୁପ୍ତା ଓଡିଶା ସରକାର, ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ , ତହସିଲଦାର ଆୟୁବ ମଣ୍ଡଳ ତହସିଲଦାର, ଏସିଏଫ ନୀଳାନ୍ଦ୍ରି ଭୋଇ,ଏଇଇ ଅବିନାଶ ମୋଦି , ଆରଆଇ ହିମାଂଶୁ ମେହେର, ସରପଞ୍ଚ ଦେବରାଜ ପାତ୍ର, ପିଇଓ ଅର୍ଜୁନ ଛୁରା, ଡ଼ଙ୍ଗାବାଞ୍ଜି ବନ ସୁରକ୍ଷାକର୍ମୀ ଘନଶ୍ୟାମ ପଶାୟତ ସହିତ ଅନେକ ବନ ସୁରକ୍ଷା କର୍ମୀ ତତ ସହିତ ପୂର୍ବତନ ସରପଞ୍ଚ ଦୁଳମଣି ବାଗ ଓ ଶ୍ରୀ କ୍ଷିତିପତି ମହାକୁର, ଟ୍ରଷ୍ଟି ଶ୍ରୀ ପୁଲସ୍ତି ବେହେରା, ଦେବେନ୍ଦ୍ର ମେର୍ଲି, ଲଳିତ ମହାନ୍ତି, ଭୁଲା ବେହେରା, ଶେଷଦେବ ପଧାନ, ରାମଚନ୍ଦ୍ର ମାଝୀ, ଦୁର୍ଯ୍ୟୋଧନ ବେହେରା,ରାମୁ ନିଆଲ, ତପନ ଦୀପ, ପିଣ୍ଟୁ ଦୀପ, ପୁର୍ଣ ସେଠ, ଅଗାଧୁ ଧରୁଆ, ପ୍ରକାଶ ସାହୁ, ନେତ୍ର ମେର୍ଲି ବସ୍ତିଆ ବାବୁ, ଭୋଦେବ ପୁଟେଲ ସହିତ ବହୁ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ l ଆଗାମୀ ଦିନରେ ରହେନଚୁଆଁ ମୁଣ୍ଡା ଏବଂ ବ୍ରାହ୍ମଣୀ ପାହାଡ଼ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ ବୋଲି ଆଶା କରାଯାଇଛି l