ବୈପାରୀଗୁଡା ବିଜେଡି ଦଳ ର ସଚେତକଙ୍କୁ ନେଇ ବୈଠକ

0
199

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରୀଗୁଡା,(୧୧/୦୯) : ବୈପାରୀଗୁଡା ବିଜେଡି ଦଳ ପକ୍ଷରୁ ସ୍ଥାନୀୟ ପାଚିମେଶ୍ୱର ମନ୍ଦିର ମଣ୍ଡପରେ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l2eba337c d483 4ae4 a774 e3281a04c410 ବୈପାରୀଗୁଡା ବିଜେଡି ଦଳ ର ସଚେତକଙ୍କୁ ନେଇ ବୈଠକ

ବୈପାରୀଗୁଡା ବିଜେଡି ଦଳର ଆବାହକଙ୍କ ନେତୃତ୍ୱରେ ଆୟାଜିତ ଉକ୍ତ ବୈଠକରେ ବ୍ଲକର ବିଭିନ୍ନ ପଂଚାୟତର ଦାଇତ୍ୱ ଗ୍ରହଣ କରିଥିବା ସଚେତକ ଏବଂ ଉପ ସଚେତକ କର୍ମୀ ମାନେ ଅଂଶଗ୍ରହଣ କରିଥିଲେ l ଆଗାମୀ ପଂଚାୟତ ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ କିପରି ରଣ ନୀତି ପ୍ରସ୍ତୁତି କରିବେ ଏବଂ କର୍ମୀ ମାନେ ନିଜନିଜ ଦାଇତ୍ୱ କିପରି ସୁଚାରୁ ରୂପେ ତୁଲାଇବେ ସେହି ବିଷୟରେ ବୁଝାଯାଇଛି l

ବୈପାରୀଗୁଡା ବିଜେଡି ଦଳର ପ୍ରତି ପଂଚାୟତ ନିମନ୍ତେ ଜଣେ ସଚେତକ ଏବଂ ଜଣେ ଉପ ସଚେତକଭାବେ ଦାଇତ୍ୱ ତୁଲାଇବେ ବୋଲି ଜଣା ପଡିଛି ଏବଂ ସଚେତକ ମାନେ ପଂଚାୟତ କମିଟି ସହିତ ମିଳିମିଶି ରଣ ନୀତି ପ୍ରସ୍ତୁତି କରିବା ନିମନ୍ତେ ଜିଲ୍ଲା ସଭାପତିଙ୍କ ନିର୍ଦେଶ ରହିଛି ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଛନ୍ତି l