ସାର ଅଭାବକୁ ନେଇ ବୈପାରୀଗୁଡା ଠାରେ ୩୨୬ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

0
222

ରିପୋର୍ଟ : ଏନ ସନ୍ତୋଷ କୁମାର //
ବୈପାରୀଗୁଡା,(୦୧/୦୯) : ସାର ଅଭାବକୁ ନେଇ ବୈପାରୀଗୁଡା ଠାରେ ବଢୁଛି ଚାଷୀ ଅସନ୍ତୋଷ । ବାରମ୍ବାର ଅଭିଯୋଗ ପରେ ସମସ୍ୟାର ସମାଧାନ ନ ହେବାରୁ ଆଜି ସକାଳେ ରାଞ୍ଚି ବିଜୟୱାଡା ୩୨୬ ନମ୍ବର ଜାତୀୟ ରାଜ ପଥ କିଛି ସମୟ ପାଇଁ ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି ବୈପାରୀଗୁଡା ବ୍ଲକର ଚାଷୀମାନେ ।

ଯେଉଁ ସମୟ ରେ ଭଲ ଅମଳ ପାଇଁ ଚାଷୀ ଜମିରେ ପରିଶ୍ରମ କରିବା କଥା, ସେତିକି ବେଳେ ସାର ଅଭାବକୁ ନେଇ ଏମିତି ରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହୋଇଛି । ଶତାଧିକ ଚାଷୀ ଙ୍କ ସମସ୍ୟା କୁ ସମାଧାନ କରିବା ନିମନ୍ତେ ଘଟଣା ସ୍ଥଳ ରେ ଲେମ୍ପସ ପରିଚାଳକ ନବୀନ ପତ୍ର ଏବଂ ଥାନା ଆଇଆଇସି ଈଶ୍ୱେର ତାଣ୍ଡି ପହଂଚି ସମାଧାନ ପାଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ରୁ ଅହୋରୀ ଥିଲେ ଚାଷୀ l