ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ସ୍ଵାଗତ

0
43
ବିକଶିତ ଭାରତ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୩୦/୧୧) : ରାୟଗଡ଼ା ଜିଲ୍ଲା ବିଷମକଟକ ଠାରେ ଆଜି କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଓ ଜନସାଧରଣ କୁ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ଏହାର ମୂଳଲକ୍ଷ୍ୟ । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାରୀ ଯୋଜନାର ସୁଫଳ ଯେପରି ସବୁ ହିତାଧିକାରୀଙ୍କୁ ମିଳିପାରିବ, ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏହି ରଥ ଭ୍ରମଣ ଲକ୍ଷ ଥିବା ସୂଚନା ମିଳିଛି । ପ୍ରଧ।ନମନ୍ତ୍ରୀ ମୋଦି ତୃତୀୟ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ର ଶୁଭାରମ୍ଭ କରିଥିଲେ । ସ୍ୱଚ୍ଛତା ସୁବିଧା, ଜରୁରି ଆର୍ଥିକ ସେବା, ବିଦ୍ୟୁତ ସଂଯୋଗ, ଏଲପିଜି ସିଲିଣ୍ଡର ଯୋଗାଣ, ଗରିବଙ୍କୁ ପକ୍କା ଆବାସ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୁଷ୍ଟିସାଧନ, ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପାନୀୟ ଜଳ ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ କାର୍ୟ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ହିତାଧିକାରୀଙ୍କୁ ଏସବୁ ଯୋଜନାର ଅଧିକରୁ ଅଧିକ ଲାଭ ଯୋଗାଇ ଦେବା ନିମନ୍ତେ ଜନସମ୍ପର୍କ ସ୍ଥାପନ ଲାଗି ଯାତ୍ରାରେ ଗୁରୁତ୍ୱ ଦିଆଯିବ।

ଯାତ୍ରା ଆୟୋଜନ ସମୟରେ ସଂଗ୍ରହ କରାଯାଇଥିବା ବିବରଣୀ ଆଧାରରେ ସମ୍ଭାବ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯିବ ଏହାର ମୂଳ ଲକ୍ଷ ଅଟେ । ବିଷମ କଟକର ଏହି ସ୍ଵାଗତ ସମ୍ଭର୍ଦ୍ଧନା ସମୟରେ ବିଷମ କଟକ ସରପଞ୍ଚ ନମିତା କୁଲ୍ସିକା, ନାଏନ ସରପଞ୍ଚ ପ୍ରଦୀପ କୁମାର ଗୁଡଲା, ଗ୍ରାମ ସେବକ ଟି. ସୁରୀ ନାରାୟଣ, (ମିଶନ ଶକ୍ତି) ସଂସହାୟତା ଗୋଷ୍ଟୀ ସଦସ୍ୟ, ବିଷମକଟକ ଏଲ୍.ପି.ଜି.ବିତରକ, ଅଙ୍ଗନୱାଡ଼ି କର୍ମି ସହ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।