ସ୍ବାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ

0
48
ସ୍ବାମୀକୁ ଛାଡି

ରିପୋର୍ଟ : ରାକେଶ ମହାରଣା
ବେଗୁନିଆପଡା, (୩୦/୧୧) : କୁହାଯାଏ ବାହାଘର ଏକ ପବିତ୍ର ବନ୍ଧନ । ହେଲେ କୌଣସି କାରଣ ବଶତଃ ଯଦି ବାହାଘର ର ସାତ ବର୍ଷ ପରେ ବିଛେଦ ଘଟି ସ୍ତ୍ରୀ ଅନ୍ୟତ୍ର ବାହା ହୁଏ ଏବଂ ସ୍ବାମୀ ମଧ୍ୟ ଅନ୍ୟତ୍ର ବାହା ହେବାକୁ ମନସ୍ତ କରେ ତେବେ ୟାକୁ ଆପଣ କ’ଣ କହିବେ ।Whatsapp Image 2023 11 30 At 08.21.15

ଆଜ୍ଞା ହଁ ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ସାଙ୍କୁଡ଼ା ଗ୍ରାମରେ । ଏହି ଗ୍ରାମର ମହେଶ୍ବର ମଲିକଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର ମଲିକ ଦୀର୍ଘ ସାତ ବର୍ଷ ପୂର୍ବେ ବୈଦିକ ରୀତିନୀତି ଅନୁସାରେ ସେହି ଗ୍ରାମର ବିଶ୍ବନାଥ ନାୟକ ଙ୍କ ଝିଅ କୁ ବିବାହ କରିଥିଲେ । ବାହାଘର ପରେ କିଛି ବର୍ଷ ସବୁ ଠିକ ଠାକ ଚାଲିଥିବା ବେଳେ ହଠାତ ଦାମ୍ପତ୍ୟ ଜୀବନରେ ଦେଖାଗଲା ଟ୍ରିଷ୍ଟ । ରାଜେନ୍ଦ୍ର ଙ୍କ ପତ୍ନୀ ଲକ୍ଷ୍ମୀ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଇ ବସିଲେ । ଯେହେତୁ ସ୍ବାମୀ ରାଜେନ୍ଦ୍ର ରାଜ୍ୟ ବାହାରେ ରହି କାମ କରୁଥିଲେ ଏହାର ସୁଯୋଗ ନେଇ ସ୍ତ୍ରୀ ଲକ୍ଷ୍ମୀ ଅନ୍ୟ ଜଣେ ପୁଅ ସହିତ ମୋବାଇଲ ଯୋଗେ ପ୍ରେମ କରି ବସିଲେ । ପରବର୍ତୀ ମୁହୂର୍ତ୍ତରେ ଘରେ କାହାକୁ ନଜଣାଇ ଲକ୍ଷ୍ମୀ ସେହି ଯୁବକ ସହିତ ଫେରାର ହୋଇ ଯାଇଥିଲେ । ଏବଂ ଘଟଣା ପ୍ରଘଟିତ ହେବା ପରେ ରାଜେନ୍ଦ୍ର ପୋଲିସ ର ସହାୟତା ଲୋଡ଼ିଥିଲେ ।

ଫଳ ସ୍ବରୂପ ବୁଧବାର ବେଗୁନିଆପଡା ଥାନା ଆଇଆଇସି ମଞ୍ଜରୀ ନାୟକ, ଏସ ଆଇ ଜଗଦୀଶ ପଣ୍ଡା ଏବଂ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସ୍ତ୍ରୀ ଲକ୍ଷ୍ମୀ ବାହାଘର ସମୟରେ ଦିଆ ଯାଇଥିବା ସମସ୍ତ ଆସବାବ ପତ୍ର ନେଇ ବାପ ଘରକୁ ଚାଲିଯାଇଥିଲେ । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବାବେଳେ ଏ ନେଇ ମହିଳା ଜଣଙ୍କ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । କିନ୍ତୁ ମହିଳାଙ୍କ ବାପ ଘର ପକ୍ଷରୁ ବାହାଘର ସମୟରେ ଦିଆଯାଇଥିବା ସମସ୍ତ ଆସବାବ ପତ୍ର କୁ ସ୍ତ୍ରୀ ଫେରାଇ ନେଇଥିବାବେଳେ ସ୍ବାମୀ ରାଜେନ୍ଦ୍ରଙ୍କ ପକ୍ଷରୁ ଦିଆ ଯାଇଥିବା ସମସ୍ତ ଜିନିଷ କୁ ମଧ୍ଯ ସ୍ତ୍ରୀ ପକ୍ଷରୁ ଫେରାଇ ନିଆଯାଉ ବୋଲି ମଧ୍ୟ ସେ କହିଛନ୍ତି ।