ପୋଖରୀରେ ବୁଡ଼ି ଚାଲିଗଲା ଶିଶୁପୁତ୍ରର ଜୀବନ

1
39
ପୋଖରୀରେ ବୁଡ଼ି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୧/୧୨) : ଭଦ୍ରକ ଜିଲ୍ଲା ମୌସୁଧା ପଞ୍ଚାୟତ ଅନ୍ତର୍ଗତ ଗୌଡୁଣୀ ପୋଖରୀ ଗାଁ’ରେ ଆଜି ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି ।

ମୃତ ଶିଶୁ ଜଣକ ହେଲେ ଗୌଡୁଣୀ ପୋଖରୀ ଗାଁ’ର ସାଇ ପ୍ରକାଶ ମହାଳିକ । ଆଜି ସକାଳେ ପିଲାଟି ଘର ନିକଟରେ ଖେଳୁଥିଲା । ଖେଳିବା ସମୟରେ ସେ ପୋଖରୀରେ ପଡ଼ି ଯାଇଥିଲା । ଶିଶୁଟି ପୋଖରୀରେ ପଡ଼ିଯାଇଥିବା ପରିବାର ଲୋକେ ଜାଣି ନଥିଲେ । ଶିଶୁଟି ଚାରିଆଡ଼େ ଖୋଜି କରିଥିଲେ । ପରେ ପୋଖରୀରେ ଶିଶୁଟି ପଡ଼ିଥିବା ପରିବାର ଲୋକେ ଦେଖିଥିଲେ । ପିଲାଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଶିଶୁଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୁଲିସ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି l

1 COMMENT

Comments are closed.