ଶିଶୁ ଶିକ୍ଷାରେ ଭାଷା ଓ ଅଙ୍କ ଜ୍ଞାନ ଆଲୋଚନା ଚକ୍ର

0
39
ଶିଶୁ ଶିକ୍ଷାରେ ଭାଷା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୧୧) : ସୁବର୍ଣ୍ଣପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବୁଧବାର ଶିଶୁ ଶିକ୍ଷାରେ ଭାଷା ଓ ଅଙ୍କ ଜ୍ଞାନ ଶୀର୍ଷକ ଶିଶୁବାଟିକା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଉଦଘାଟନୀରେ ଇତିହାସ ବିଭାଗର ଅଧ୍ୟାପକ କୃଷ୍ଣଚନ୍ଦ୍ର ଭୋଇ ଉପସ୍ଥିତ ରହିଥିଲେ । ସୋନପୁର ସ,ଶି,ବି,ମ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶିଶୁ ବାଟିକା ପ୍ରମୁଖ ପୁଷ୍ପାଞ୍ଜଳି ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଚାଳନା ସମିତି ର ସଭାପତି ପୌଲସ୍ତି ସାହୁ, କୋଷାଧ୍ୟକ୍ଷ ବନମାଳୀ ପଣ୍ଡା, ଜିଲ୍ଲା ପ୍ରମୁଖ ବିଭୂତି ଭୂଷଣ ଓତା, ଉପସ୍ଥିତ ରହି ଶିଶୁ ଶିକ୍ଷା ଉପରେ ଆଲୋକପାତ କରିଥିଲେ। ଶିଶୁ ବିକାଶ ସମିତି, ଓଡ଼ିଶା ସୁବର୍ଣ୍ଣପୁର ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନଆପତଇ ନୂତନ ଶିକ୍ଷା ନୀତି ୨୦୨୦ କିପରି ଭାବରେ ସର୍ବ ବ୍ୟାପି ହୋଇପାରିବ ସେ ସମ୍ପର୍କରେ ମତ ଦେଇଥିଲେ ।

ସୁବର୍ଣ୍ଣପୁର ଜିଲ୍ଲାର ୨୬ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଓ ଶିଶୁବାଟିକା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିଜର ଅଙ୍କ ଓ ଭାଷା ଉପରେ ନିଜ ନିଜର ମତ ପୋଷଣ କରିଥିଲେ । ମୂଖ୍ୟ ବକ୍ତା ସର୍ବେଶ୍ଵର ମିଶ୍ର ମୌଳିକ ଶିକ୍ଷାର ଉନ୍ନତି ନିମନ୍ତେ ଭାଷା ଓ ଅଙ୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିଶୁ ଭାଷାର ପ୍ରଗତି ନିମନ୍ତେ ଶ୍ରବଣ, କଥନ, ପଠନ ଓ ଲିଖନ ଉପରେ ଗୁରୁତ୍ବ ଦେଇଥିଲେ ।