ଘରେ ପଶି ମହିଳାଙ୍କୁ ଆଖିବୁଜା ଗୁଳିମାଡ଼

0
27
ଘରେ ପଶି ମହିଳାଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୬/୧୨) : ଘରେ ପଶି ମହିଳାଙ୍କୁ ଅଖିବୁଜା ଗୁଳିମାଡ଼ କରି ଛୁ ମାରିଲେ ଦୁ‍ର୍ବୃତ୍ତ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ରାଇପାଳ ଗାଁ’ରେ ।

ମହିଳାଙ୍କ ଜଣଙ୍କ ହେଲେ ଲକ୍ଷ୍ମୀ ମୁର୍ମୁ । ତାଙ୍କ ଦେହରେ ୩ଟି ଗୁଳି ବାଜିଛି । ତାଙ୍କ ଅବସ୍ଥା ଗୁରୁତର ରହିଛି । ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀ ତାଙ୍କ ସ୍ୱାମୀ ଓ ତାଙ୍କ ପୁଅ ଘରେ ଶୋଇଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଘରେ ପଶି ଲକ୍ଷ୍ମୀଙ୍କ ଉପରେ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଲକ୍ଷ୍ମୀଙ୍କର ଅଣ୍ଟା, ପେଟ ଓ ହାତରେ ୩ଟି ଗୁଳି ବାଜିଥିଲା । ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରିବାର ଲୋକେ ପ୍ରଥମେ ଲକ୍ଷ୍ମୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । କେଉଁ କାରଣ ପାଇଁ ଲକ୍ଷ୍ମୀଙ୍କ ଉପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ । ପୂର୍ବ ଶତ୍ରୁତା ନା ଆଉ କଛି କାରଣ ଅଛି ତାହା ଜଣାପଡ଼ି ନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି ।