ବର୍ଷାରେ ଭିଜିଲା କଟା ଧାନ, କ୍ଷତିପୂରଣ ପାଇଁ ଦାବି

0
33
ବର୍ଷାରେ ଭିଜିଲା

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୭/୧୨) : ବାତ୍ୟା “ମିଗଜୋମ” ପ୍ରଭାବ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଅଞ୍ଚଳ ବୁଧବାର ପାହାନ୍ତିଆ ଠାରୁ ଅଦିନିଆ ବର୍ଷା ହୋଇଛି ।

ବର୍ଷା ହେବା ଫଳରେ ଚାଷଜମିରେ କଟା ଧାନ ସବୁ ଓଦା ହୋଇଥିବାର ଦେଖିବାକୁ ମିଳୁଛି । ଯାହା ଫଳରେ ଚିନ୍ତାରେ ଚାଷୀ।ଧାନ ଅମଳ ସମୟରେ ଦାଉ ସାଧିଲା ବର୍ଷା।ଏବେ ବିଲରେ କଟା ଧାନ ପେଟା ପଡିଥିବା ବେଳେ ଆଉ କେତେକ ଯାଗା ବିଲରେ ଧାନ ଖରି କରି ରଖିଛନ୍ତି । ଅଦିନିଆ ବର୍ଷା ଯୋଗୁଁ ଚାଷୀ ର ଧାନ ପେଟା ଭିଜି ଗଜା ହେବାକୁ ବସିଲାଣି । ପ୍ରଶାସନ ତରଫରୁ ଅତି ଶୀଘ୍ର ଚାଷୀଙ୍କୁ କ୍ଷୟକ୍ଷତି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।