ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର

0
32
ଗ୍ୟାସ ସିଲିଣ୍ଡର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୋଳ, (୧୨/୧୨) : ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର । ପାଳଲହଡା ଥାନା ଝିମିରିପାଲି ଗ୍ରାମରେ ଘଟିଛି ଏହି ଅଘଟଣ ।

ଆଜି ସକାଳେ ପାଲଲହଡା ଥାନା ଝିମିରିପାଲି ଗ୍ରାମର ଖଗେଶ୍ୱର ସାହୁଙ୍କ ଝିଅ ଘରେ ଗ୍ୟାସ ଚୁଲାରେ ଚା ତିଆରି କରୁଥିବାବେଳେ ଅଚାନକ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ଯାଇ ବିଫଳ ହେବାପରେ ଭୟରେ ପରିବାର ଲୋକେ ବାହାରକୁ ପଳେଇ ଆସିଥିଲେ । ତାର କିଛି ସମୟ ମଧ୍ୟରେ ଟାଙ୍କି ଫାଟି ବିସ୍ଫୋରଣ ହୋଇଥିଲା । ଫଳରେ ନିଆଁ ଲାଗି ଆସବାବ ପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପାଉଁଶ ହୋଇଯାଇଛି । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର ଲୋକ । ଖବର ପାଇ ପାଲଲହଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।