ସରୋଜ କୁମାର ପାଣିଗ୍ରାହୀ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଘୋଷିତ

0
41
ସରୋଜ କୁମାର

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୪/୧୨) : ବୋରିଗୁମ୍ମା ସହର ବାସିନ୍ଦା ସରୋଜ କୁମାର ପାଣିଗ୍ରାହୀଙ୍କୁ ଭାରତୀୟ ଜନତା ପାର୍ଟିର କୋରାପୁଟ ଜିଲ୍ଲା ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଛି ।

ସରୋଜ ଦୀର୍ଘ ୯ ବର୍ଷ ହେବ ଭାରତୀୟ ଜନତା ପାର୍ଟିର ଏକ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ ରହି ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଆସୁଛନ୍ତି । ସେ ଦଳ ଦ୍ଵାରା ଦିଆଯାଇଥିବା ସମସ୍ତ ଦାୟିତ୍ବ କୁ ସୁଚାରୁ ରୁପେ ସମ୍ପାଦନ କରି ଆସିଛନ୍ତି ତଥା ୨୦୧୭ ଓ ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ ବୋରିଗୁମ୍ମା ବ୍ଳକର ଜୋନ ୨ ରେ ଭା.ଜ.ପା.କୁ ଜିତାଇବା ପାଇଁ ବହୁତ ଚେଷ୍ଟା କରିଥିବା ଜଣା ପଡିଛି । ସାମାଜିକ ଗଣମାଧ୍ୟମରେ ସବୁବେଳେ ବିରୋଧୀ ଦଳକୁ ଟାର୍ଗେଟ କରିଥାନ୍ତି , ଗତ କିଛି ଦିନ ପୂର୍ବେ ସେ ଜୟପୁର ବିଧାୟକଙ୍କ ବିରୁଦ୍ଧରେ ଫେସବୁକରେ ଏକ ପୋଷ୍ଟ କରି ଖୁବ ଚର୍ଚ୍ଚାରେ ଆସିଥିଲେ । ସେ କହିଛନ୍ତି ଦଳ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ ଉପରେ ଯେଉଁ ଆଶା ପ୍ରକଟ କରିଛି, ତାକୁ ସଂପୂର୍ଣ୍ଣ ରୂପେ କାର୍ଯ୍ୟରେ ପରିଣତ କରି ଦେଖାଇବେ ।