ଭଗବାନ କୃଷ୍ଣ ଓ ବଳରାମଙ୍କ ଦ୍ଵାରା କଂସବଧ ସହ ଅରିଗାଁ ଧନୁଯାତ୍ରା ଉଦଯାପିତ

0
39
ଭଗବାନ କୃଷ୍ଣ ଓ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅରିଗାଁ – ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବରେ କଂସବଧ ସହ ଅରିଗାଁ ଧନୁଯାତ୍ରା ଉଦଯାପିତ ହୋଇଯାଇଛି ।

କଂସ ଦରବାରରେ ଅନ୍ତିମ ରଜନୀ ରେ ମହାରାଜ କଂସ ଙ୍କ ନିମନ୍ତ୍ରଣ କ୍ରମେ ଏବଂ ମହୋତ୍ସବ କମିଟି ସଭାପତି ବିଶ୍ୱମ୍ଭର ମିଶ୍ରଙ୍କ ଅନୁରୋଧ କ୍ରମେ ପ୍ରଥମ ପର୍ଯ୍ୟାୟ ରେ ମୁଖ୍ୟ ରାଜ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ରାଜ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରମୁଖ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ । ଅନ୍ତିମ ଦିନରେ ଦରବାର ରେ ଅକ୍ରୁର ସହିତ କୃଷ୍ଣ ବଳରାମଙ୍କ ମଥୁରା ଆଗମନ ଏବଂ ମନ୍ତ୍ରୀ ସେନାପତି ସହିତ ମହାରାଜ କଂସ ଙ୍କ ବଧ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ଗୋପପୁରରେ ମନ୍ତ୍ରୀ ଅକୃର ସହିତ କୃଷ୍ଣ ବଳରାମଙ୍କ ମଥୁରା ଗମନ, ସକ୍ଷୀ ମାନଙ୍କ କାନ୍ଦ ବୋବାଳି ଇତ୍ୟାଦି ନାଟକ ହୋଇଥିଲା । ଅନ୍ତିମ ଦିନରେ ଧନୁଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷାପ୍ରତି କମିଟି ର ସମସ୍ତ ସଦସ୍ୟ ପୂର୍ଣ୍ଣମାତ୍ର ରେ ସହଯୋଗ କରିଥିଲେ ।