ବାଲ୍ୟ ବିବାହ, କନ୍ୟା ସନ୍ତାନଙ୍କୁ ଶିକ୍ଷା, ସଚେତନତା ଓ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
31
ବାଲ୍ୟ ବିବାହ, କନ୍ୟା

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୪/୧୨) : “ନୂଆଁ-ଓ” ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଷ୍ଟମ ଦିନରେ ଆଜି ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।Whatsapp Image 2023 12 14 At 20.00.27

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଲା ମାଝୀ, ସମ୍ମାନିତ ଅତିଥି ରୂପେ ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ, ବରିଷ୍ଠ ଆଇନଜୀବୀ ଦୀପକରଞ୍ଜନ ବାଗ ଓ ସଂଗୀତକାର ସୁଦର୍ଶନ ଦୀପ ଯୋଗ ଦେଇଥିଲେ । ସଭାପତିତ୍ୱ ଅଧ୍ୟକ୍ଷ ସରୋଜ କୁମାର ନାୟକ କରିଥିବା ବେଳେ ନୋଡାଲ ଅଫିସର, ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଧ୍ୟାପକ ଭ୍ରିଙ୍ଗରାଜ ରଣା ଏ ଉପରେ ସମ୍ୟକ ସମ୍ଭାଷଣ ଦେଇଥିଲେ ଓ ସଭା ପରିଚାଳନା କରିଥିଲେ ଅଧ୍ୟାପକ ସୋମେଶଦତ୍ତ ହୋତା । ଆଜି ବାଲ୍ୟ ବିବାହ, କନ୍ୟା ସନ୍ତାନର ଶିକ୍ଷା, ସଚେତନତା ଓ ତାହାର ଅଧିକାର ଉପରେ ବିଭିନ୍ନ ଆଲୋଚନା କରାଯାଇଥିଲା । ତା’ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ ପ୍ରତିଯୋଗିତା ଓ ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ଏହାକୁ ସଂଯୋଜନା କରିଥିଲେ ଅଧ୍ୟାପକ ପ୍ରେମଚାନ୍ଦ ତାଣ୍ଡି ପରିଶେଷରେ ଧନ୍ୟବାଦ ଦେଇଥିଲେ ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ । ଏହି କ୍ରମରେ ସଂଗୀତ, ନାଚଗୀତ, ବାଦ୍ୟ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସହଯୋଗ କରିଥିଲେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ଗୁଣସାଗର ମେହେର, ଛନ୍ଦା ଚରଣ ଖୁଣ୍ଟିଆ, ପଙ୍କଜ ସାହୁ, ମୀରାବାଈ ଗଡତ୍ୟା, ଶୈଳିକା ନାଏକ, ସରିତା ରଣା, ଯଶୋସ୍ମିତା ବେହେରା, ଫାଲଗୁନି ଦାସ, କୈଳାସ ଯାନୀ, ବାବୁଲା ନାଏକ, ବିଜୟ କଳତା, ଶରତ ପଧାନଙ୍କ ସହିତ ଅନିରୁଦ୍ଧ ପଧାନ, ଅଭୟ ଦାସ, କୈଳାସ ଦାସ, ସୁନିତା ବଘାର, ଡମ୍ବରୁ ରଣା, କାଳିଆ ପଧାନ, ଶଶୀ ପଶାୟତ, ଦିଲୀପ ଘିଭେଲା, ମାନିନୀ ଓ ପଙ୍କଜିନୀ ପ୍ରମୁଖ ସହଯୋଗ କରିଥିଲେ ।