ମାର୍ଚ୍ଚ ୬ରୁ ନବମ ଶ୍ରେଣୀ ପରୀକ୍ଷା

0
40
ମାର୍ଚ୍ଚ ୬ରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୫/୧୨) : ଆସନ୍ତା ମାର୍ଚ୍ଚ ୬ରୁ ରାଜ୍ୟରେ ନବମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।

ଫେବୃୟାରୀ ୨୦ରୁ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ସୂଚନା ଅନୁସାରେ, ନବମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ଆରମ୍ଭର ମାତ୍ର ୨ଘଣ୍ଟା ପୂର୍ବରୁ ଅର୍ଥାତ୍ ୭ଟାରୁ ୯ଟା ମଧ୍ୟରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ । ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନିଜ ସ୍କୁଲର ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ଉକ୍ତ ପ୍ରଶ୍ନପତ୍ର ଡାଉନଲୋଡ୍ କରିପାରିବେ । ଏହାର ଜେରକ୍ସ ଅବା ପ୍ରିଣ୍ଟ ଆଉଟ ବାହାର କରି ପରୀକ୍ଷା କରିବେ ।

ନବମ ଶ୍ରେଣୀ ପରୀକ୍ଷା ପାଇଁ ଯେଉଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ସେଥିରେ ମାର୍ଚ୍ଚ ୬ରେ ଦ୍ୱିତୀୟ ଭାଷା ଇଂରାଜୀ, ମାର୍ଚ୍ଚ ୭ରେ ତୃତୀୟ ଭାଷା ହିନ୍ଦି/ସଂସ୍କୃତ, ମାର୍ଚ୍ଚ ୯ରେ ବିଜ୍ଞାନ, ମାର୍ଚ୍ଚ ୧୧ରେ ଗଣିତ, ମାର୍ଚ୍ଚ ୧୨ରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୧୩ରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ରହିଛି । ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷା ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ଚାଲିବ ।