କଫସିରଫ ଜବତ ସହ ମା ପୁଅ ଗିରଫ

0
36
କଫସିରଫ ଜବତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୧୨) : ସୋନପୁର ପୋଲିସ ସହରର ମଝିପଡା ରାସ୍ତାରେ ଚଢାଉ କରି ୮୧ ବୋତଲ କଫସିରଫ ଓ ୨ ଷ୍ଟ୍ରିପ୍‌ କୋଡିନ୍‌ ଫସଫେଟ (ନିଶା ବଟିକା) ଜବତ କରିଛି ।

ସୂଚନା ଯୋଗ୍ୟ ଯେ ସହରର ବଡବଜାର ଅଞ୍ଚଳର ଶୈଳେନ୍ଦ୍ରୀ ବେହେରା (୬୦) ଓ ତାଙ୍କ ପୁଅ ଭବାନୀ ଶଙ୍କର ବେହେରା (୪୨) ଙ୍କ ଏକ ଫଟୋ ବନ୍ଧେଇ ଦୋକାନ ମଝିପଡା ରାସ୍ତାରେ ଥିବାବେଳେ ସେଠାରେ ସେମାନେ କଫସିରଫ ଚୋରା କାରବାରରେ ଉଭୟ ସଂମ୍ପୃକ୍ତ ଥିଲେ । ଏଏସଆଇ୍‌ ରଞ୍ଜିତ କୁମାର ମହାପାତ୍ରଙ୍କ ଅଭିଯୋଗ କ୍ରମେ ସୋନପୁର ଥାନା କେସ ନଂ ୩୩୫/୨୩ ରେ ଏକ ମାମଲା ରୁଜ୍ଜୁ କରାଯାଇ ଉଭୟ ମା’ ପୁଅଙ୍କୁ କୋର୍ଟ ଚାଲାଣ କରାଯାଇ ଥିବାବେଳେ ଏସ ଆଇ୍‌ ଲମ୍ବୋଦର ଡାଙ୍ଗ ମାମଲାକୁ ଅଧିକ ତଦନ୍ତ କରୁଥିବା ନେଇ ଆଇଆଇସି ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି ଏବଂ ଆଗକୁ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବା ସହ ଯଦି କୌଣସି ସ୍ଥାନରେ ଚୋରା କଫସିରଫ କାରବାର ଚାଲୁଥାଏ ସେ ବିଷୟ ରେ ଜାଣିଲେ ପୋଲିସକୁ ସୂଚନା ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।