ଅରିଗାଁ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହୀରକ ଓ ସୁବର୍ଣ୍ଣ ଜୟନ୍ତୀ ଉଦଘାଟିତ

0
89
ଅରିଗାଁ ସରକାରୀ ପ୍ରାଥମିକ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଓ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି lWhatsapp Image 2023 12 25 At 10.48.34

ପୁରାତନ ଛାତ୍ର ଛାତ୍ରୀ ତଥା ଆଲୁମୀନି କମିଟୀ ସଭାପତି ଲକ୍ଷ୍ୟା ପତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ ରାଧାକାନ୍ତ ଗଡ଼ନାୟକ, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧ୍ୟାପକ ଜୋତି ରଞ୍ଜନ ବହିଦାର, ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷଣ ମିଶ୍ର ସାମ୍ବାନୀତ ଅତିଥି ଭାବେ ଯୋଗ ଦେଇଥିଲେ l ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ଏବଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ଵନ୍ତରି ନାରାୟଣ ବିଶି ନିଜ ନିଜ ବିଦ୍ୟାଳୟ ର ବିବରଣୀ ପାଠ କରି ଥିଲେ l

ଆଲୁମନି କମିଟୀ ର ବରିଷ୍ଠ ସଦସ୍ୟ ପଞ୍ଚାନନ ମିଶ୍ର ଉଭୟ ବିଦ୍ୟାଳୟର ଦୀର୍ଘ ୭୫ ଏବଂ ୫୦ ବର୍ଷର ଇତିହାସ ଏବଂ ଉପଲବ୍ଧି ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ଦିଲୀପ ମିଶ୍ର l ଉଭୟ ବିଦ୍ୟାଳୟ ରେ ଶିକ୍ଷକତା କରିଥିବା ଅବସରପ୍ରାପ୍ତ ତଥା କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ତାଙ୍କ ସେବା ପାଇଁ ଉପଢୌକନ ତଥା ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା l ଏହି ଗୁରୁପୂଜନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ପ୍ରହଲ୍ଲାଦ ମିଶ୍ର ଏବଂ ରେଖା ଅଚାର୍ଯ୍ୟ lWhatsapp Image 2023 12 25 At 10.48.37 (1)

ଦ୍ଵିତୀୟା୍ର୍ଦ୍ଧ ବୈଠକରେ ରେଙ୍ଗାଲି ବିଧାୟକ ନାଉରି ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l କମିଟିର ସମ୍ପାଦକ ଜିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ହାଶ୍ୟ କବି ନୀତେଶ ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ ଓ କୈଳାଶ ସେଠ ତାଙ୍କର ବ୍ୟଙ୍ଗାତ୍ମକ କବିତା ପରିବେଷଣ କରିଥିଲେ l ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ, ଘୁବକୁଡୁ, ବଜା ଗଜା ନାଚ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ l ଏହି ଅବସରରେ ଗତକାଲି ଏକ ମଶାଲ ଶୋଭାଯାତ୍ର ମହେଶ୍ୱରୀ ମନ୍ଦିରରୁ ପୂଜାର୍ଚନା ପରେ ଅରିଗାଁ ଓ ଆଖିଦାଦର ଗ୍ରାମରେ ପରିକ୍ରମା ଥିଲା l