କାଶୀନଗର ଠାରେ ଜାତୀୟ ପ୍ରେସ ଦିବସ ପାଳିତ

1
42
କାଶୀନଗର ଠାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୧୧) : କାଶୀନଗର ପ୍ରେସ କ୍ଲବ ତରଗରୁ କାଶୀନଗର ପଞ୍ଚାୟତ ସମିତି ସଭା ଗୃହ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ।

ଗତ କାଲି ଅନୁଷ୍ଠିତ ଏହି ବୈଠକରେ ଦକ୍ଷିଣ ଓଡିଶା ସାହିତ୍ୟ ସଭାପତି ଶ୍ରୀ ପ୍ରଶାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ତହସିଲଦାର ଶ୍ରୀ ଅଶୋକ ପ୍ରଧାନ, ବିଡ଼ିଓ ଶ୍ରୀ ଅନୁପ ପଣ୍ଡା, ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ବାଲା ସାୟାମ୍ମା, ଥାନା ଏସ ଆଇ ମମତା ପଣ୍ଡା, ଏନଏସି ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ, ପ୍ରେସ କ୍ଲବ ସଭାପତି ଶ୍ରୀ ଆନନ୍ଦ ପାତ୍ର, ସମ୍ପାଦକ ଶ୍ରୀ ରାଜେଶ ମିଶାଲ ମଂଚାସୀନ ଥିଲେ, ଶ୍ରୀ ମିଶ୍ର ସାମ୍ବାଦିକତା ଭିତରେ ରାଜନୀତି ଚାପ ବୃଦ୍ଧି, ଚାଟୁକାରତା ଇତ୍ୟାଦି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହଁ, ପ୍ରତ୍ୟେକ କ୍ଷେତ୍ର ରେ ସରକାର ଙ୍କୁ ସମାଲୋଚନା ଓ ଦିଗ ଦର୍ଶନ ଦେବା ସାମ୍ବାଦିକ ର କର୍ତ୍ତବ୍ୟ ବୋଲି ସେ କହିଥିଲେ, ଶ୍ରୀ ପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ମିଶାଲ ପ୍ରାରମ୍ଭିକ ଭାଷଣ ଦେଇଥିଲେ, ଶ୍ରୀ ସିମାଞ୍ଚଳ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

1 COMMENT

Comments are closed.