ତତ୍କାଳୀନ ଉପ ଜିଲ୍ଲାପାଳ ଙ୍କ ଗିରଫ ଦାବିରେ ଢେଙ୍କାନାଳ ସୁରକ୍ଷା ସମିତିର ଧାରଣା

0
186

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୧୫/୯) : ଆଜି ଢେଙ୍କାନାଳ ସୁରକ୍ଷା ସମିତି ଆୟୋଜନ କ୍ରମେ ଜିଲ୍ଲାର ବରିଷ୍ଟ ବୁଦ୍ଧିଜୀବୀ , ସମାଜସେବୀ , ରାଜନୈତିକ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଜିଲ୍ଲାରେ ତତ୍କାଳୀନ ଉପ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ବହୁ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ସତ୍ୱେ କିପରି ସମାନ ଜିଲ୍ଲାରେ ପଦୋନ୍ନତି କରାଗଲା ।

ଯାହାକି ବିଗତ ଦିନରେ ଗଁଦିଆ, ଓଡ଼ାପତା ଓ ଢେଙ୍କାନାଳରେ ବେଆଇନ ଖଣିଖାଦାନ, ବାଲିଘାଟ, ଦେବୋତ୍ତର ଜମିକୁ ଭଡ଼ା ଦେବା ଓ ଆଦିବାସି/ହରିଜନ ଜମିକୁ ବିକ୍ରି ଅନୁମୋଦନ ବଦଳି ପରେ କରାଇବା । ଯାହା ଜମିର କିସମ ବଦଳାଇବାର ପତ୍ର ସଂଖ୍ୟା – ୪୪୫୫ / ୫ . ୫୨୦୨୦ ଓ ୮୦୨୪ ୭.୮ , ୨୦୨୦ ଓ ପରବର୍ତ୍ତୀ ଦିନ ୧୫.୦୯.୨୦୨୦ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଚିଠିକୁ ମନ୍ଦ ଉଦ୍ଦେଶ୍ୟ ରଖି ଚାପି ଦେଇଥିବା ଫଳରେ ନିଜର ପ୍ରଶାସନିକ ଦୂରୁପଯୋଗ କରିଥିବା ପ୍ରତିବାଦରେ ଯଦି ଅତିରିକ୍ତ ତହସିଲଦାର, ଅମିନ, କମ୍ପ୍ୟୁଟର ଡାଟା ଏଣ୍ଡି ଅପରେଟର, ସରକାରୀ କର୍ମଚାରୀ ଗିରଫ ହେଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କାହିଁକି ତତ୍କାଳୀନ ଉପ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ ଅଧୁକାରୀ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନକୁ ଗିରଫ କରାଗଲା ନାହିଁ କି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ, ଏହା ଜିଲ୍ଲାରେ ଚର୍ଚ୍ଚା ହେବା ଯୋଗୁଁ ଆଜି ଢେଙ୍କାନାଳ ସୁରକ୍ଷା ସମିତି ନ୍ୟାୟିକ ଦାବୀକୁ ଜିଲ୍ଲା ପ୍ରଶାସନ, ଜିଲ୍ଲାପାଳ ତୁରନ୍ତ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ତେଣୁ ସେମାନଙ୍କର ପ୍ରତିବାଦକୁ ସମ୍ମାନ ଦେଇ ତତ୍କାଳୀନ ଉପଜିଲ୍ଲାପାଳ ତଥା ବର୍ତ୍ତମାନ ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ ଗିରଫ କରାଯାଉ ଓ କୌଣସି ସରକାରୀ ଦାୟିତ୍ରରୁ ବଞ୍ଚିତ କରାଇ ଜିଲ୍ଲାରୁ ତୁରନ୍ତୁ ବିଦାୟ କରାଯାଉ ବୋଲି ଢେଙ୍କାନାଳ ସୁରକ୍ଷା ସମିତି ଦାବି କରିଛି । ଢେଙ୍କାନାଳ ଜିଲ୍ଲାରେ ଜଳାଶ୍ରୟ ଜମି ଉପରେ ଗଢି ଉଠିଥିବା ସମସ୍ତ ଅଟ୍ଟାଳିକା ଓ ଘରକୁ ଉଠାଯାଇ ଜଳାଶ୍ରୟକୁ ପୁନରୁଦ୍ଧାର କରାଯାଉ ବୋଲି ମଧ୍ୟ ତାଙ୍କର ଦାବିରେ ଉପସ୍ଥାପନ କରିଛନ୍ତି ।