ରାଜଧାନୀରେ ୨ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣା; ୮ ଗିରଫ

0
39
ରାଜଧାନୀରେ ୨

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୬/୧୨) : ରାଜଧାନୀରେ ୨ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣାରେ ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ

ଅଭିଯୁକ୍ତଙ୍କୁ ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୁଲିସ ରେଡ କରୁଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଥାନାରେ ବିଭିନ୍ନ ମାମଲା ରହିଛି । ଗତକାଲି ଭୁବନେଶ୍ୱର ଏୟାରପୋର୍ଟ ଛକରେ ଶିବା ତାଙ୍କର ଆଉ ଜଣେ ବନ୍ଧୁ ରାସ୍ତାରେ ଯାଉଥିବା ବେଳେ ହଠାତ ୨୦ରୁ ୩୦ ଜଣ ଯୁବକ ହାତରେ ମାରାଣାସ୍ତ୍ର ଧରି ସେମାନଙ୍କୁ ଅଟକାଇଥିଲେ । କେହି କିଛି ବୁଝିବା ଆଗରୁ ସେମାନେ ଉଭୟଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣରୁ ବର୍ତ୍ତିବା ପାଇଁ ଉଭୟ ଦୌଡ଼ିଥିଲେ ହେଁ ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ ପକାଇଥିଲେ । ବିଚ୍‌ ରାସ୍ତାରେ ସବୁ କିଛି ଘଟିଥିଲେ ହେଁ ସମସ୍ତେ କେବଳ ଦେଖାଣିହାରୀ ସାଜିଥିଲେ । ବେଶ କିଛି ସମୟର ଆତଙ୍କ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।