ଶୌଚ ପାଇଁ ନଦୀକୁ ଯାଇଥିଲେ ଯୁବତୀ, ବୁଦାମୂଳରୁ ମିଳିଳା ମୃତଦେହ

0
46
ଶୌଚ ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୪/୦୧) : ସନ୍ଦେହ ଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଞ୍ଚଳରେ ।

ଗାଁ’ର ମହେଦେବ ଛତ୍ରିଆଙ୍କ ଝିଅ ନଳିନୀ ଛତ୍ରିଆ ମଙ୍ଗଳବାର ସନ୍ଧ୍ୟାରେ ନଦୀକୁ ଶୌଚ ପାଇଁ ଯାଇଥିଲେ । କିଛି ସମୟପରେ ଅନ୍ୟ ଯୁବତୀ ମାନେ ନଳିନୀକୁ ଗୁରୁତର ଅବସ୍ଥାରେ ଏକ ବୁଦାମୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ପରିବାର ଲୋକେ ସଇଁତଳା ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ନଳିନୀଙ୍କୁ ମୃତ ଘୋଷଣା କରିଥିଲେ । ହସ୍ପିଟାଲ ଫାଣ୍ଡି ପୁଲିସ ଶବକୁ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି । ଏନେଇ ଯୁବତୀଙ୍କ ମୃତ୍ୟୁର କାରଣ ଖୋଜୁଛି ପୁଲିସ ।