ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ JN.1; ଦୁଇ ଆକ୍ରାନ୍ତ ଚିହ୍ନଟ

0
49
ଓଡ଼ିଶାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୧) : ଓଡ଼ିଶାରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ରୋଗୀ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ JN.1 ସମୁଦାୟ ୨ ଜଣ ରୋଗୀଙ୍କ ଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେମାନଙ୍କ ମଧ୍ୟରୁ ଜଣେ ରୋଗୀ ଭୁବନେଶ୍ୱରର ହୋଇଥିବା ବେଳେ ଅନ୍ୟ ଜଣେ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି । ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ ଆଇସୋଲେସନରେ ଥିବାବେଳେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଅନ୍ୟ ଜଣେ ମହିଳା ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାଯାଇଛି । ଏହାବାଦ ଗତ ୨୪ ଘଣ୍ଟାରେ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେ ଏବେ ହୋମ ଆଇସୋଲେସନରେ ଥିବା ସୂଚନା ରହିଛି । ଏବେ ରାଜ୍ୟରେ ୨୫ଜଣ ସକ୍ରିୟ ରୋଗୀ ଥିବା ବେଳେ, ମୃତ୍ୟୁ ନେଇ କୌଣସି ସୂଚନା ନଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏବେ ଚିହ୍ନଟ ହେଉଥିବା ସଂକ୍ରମିତ ସେତେଟା ଗୁରୁତର ହେଉନାହାନ୍ତି । ତେବେ ଲୋକମାନେ ସତର୍କ ରୁହନ୍ତୁ । ଯଦି ଲକ୍ଷଣ ଦେଖାଯାଉଛି ପରୀକ୍ଷା କରାଇ ନେବା ସହ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।