ପଏଁରୀ ତିହାର ଉଦଯାପିତ

1
55
ପଏଁରୀ ତିହାର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୪/୦୧) : ସୋନପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆଜି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ଉଦଯାପିତ ହୋଇଯାଇଛି ।WhatsApp Image 2024 01 05 at 10.01.59 ପଏଁରୀ ତିହାର ଉଦଯାପିତ

ପଏଁରୀ ତିହାର ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଂଜନ ପୁଝାରୀ, ସମ୍ମାନୀତ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ରାଜ୍ୟ ସଭା ସାଂସଦ ନିରଂଜନ ବିଶି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅବକାରୀ ଅଧିକ୍ଷୀକା ସୁମତି ତ୍ରୀପାଠୀ, ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ଯୋଗଦେଇ ଲୋକ କଳା ମାଧ୍ୟମରେ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଏକ ଭବ୍ୟ ମଞ୍ଚ ଦେଇଥିବାରୁ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ ।

ଗୁଜରାଟର କାଲବେଲିଆ, ସୁନ୍ଦରଗଡ ର ଝୁମେର ନାଚ ଗୀତ, ପଏଁରୀର ଡାଲଖାଇ, ମୟୂରଭଞ୍ଜ ର ଛଉ, କଳାକାର ଙ୍କ ନାଚ ଗୀତରେ ବିଳମ୍ୱିତ ରାତି ଯାଏ ଝୁମିଲେ ନାଚିଲେ ଦର୍ଶକ। ପଏଁରୀ ସଭାପତି ଲଡୁ କିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ସଂପାଦକ ଚୌଧୁରୀ ବିଭାର ସଂଯୋଜନା କରିଥିଲେ । ସମ୍ପାଦକ ଚୌଧୁରୀ ବିଭାର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ସୋନପୁର ର ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ବିଳମ୍ୱିତ ରାତି ଯାଏଁ ହଜାର ହଜାର ଦର୍ଶକ ନାଚ ଗୀତ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ । ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ରେଉପସଭାପତି ପ୍ରଫୁଲ୍ଲ କୁମାର ନାଏକ, ସନ୍ତୋଷ ମିଶ୍ର, ସୁଶାନ୍ତ କୁମାର ସାହୁ, ଗୋପାଳ ମେହେର ପୃଥ୍ଵୀରାଜ ନାଏକ ପ୍ରମୁଖ ସହଯୋଗ କରିଥିଲେ l

1 COMMENT

Comments are closed.