ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

0
56
ଜିଲ୍ଲାପାଳଙ୍କ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୮/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଞ୍ଚାୟତ ସମିତି ସଦଭାବନା ଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।

ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସ୍ଵଧାଦେବ ସିଂ ଙ୍କ ଅଧକ୍ଷତାରେ ବ୍ଲକ ଅଧକ୍ଷା ଅମ୍ବ୍ରିତା କାଡ୍ରାକା ମଞ୍ଚାସୀନ ରୋହିଥିଲେ, ଏଥିରେ ମୋଟ ୩୬ ଟି ଅଭିଯୋଗ ଶୁଣାଣି ହୋଇଥିଲା । ସେଥିରୁ ୧୬ ଗୋଟି ଗୋଷ୍ଠୀ ଭିର୍ତ୍ତିକ ରହିଥିବା ବେଳେ ୧୨ଟି ବ୍ୟକ୍ତିଗତ ସମସ୍ୟା ରହିଥିଲା । ଉଠା ଜଳସେଚନ, ଘର ପଟା, ରାଇଲିମା ଗାଁକୁ ପାନୀୟ ଜଳ ଓ ରାସ୍ତା ନିର୍ମାଣ ,ଦୁର୍ଗା ମନ୍ଦିରର ଜାଗା ଚିହ୍ନଟ ପାଇଁ ଅଭିଯୋଗ ହୋଇଥିଲା ।ଏଥିରେ ସ୍ଥାନୀୟ ବିଡ଼ିଓ ରାଜୀବ ଦାସ, ତହସିଲଦାର ରଞ୍ଜନ କୁମାର ମାନସେଠ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ । ମଞ୍ଚରେ ଯେଉଁ ଅତିଥୀଙ୍କ ନାମ ଲେଖା ଯାଇଛି ସେହି ସ୍ଥାନରେ ଅନ୍ୟ ଜଣେ ଅଧିକାରୀ ବସିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।