ମା ମାର୍କମା ମହାବିଧ୍ୟାଳୟର ରାଜନୀତି ବିଭାଗର ଅଲୋଚନା ଚକ୍ର

0
30
ମା ମାର୍କମା

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୧୦/୦୧) : ରାୟଗଡ଼ା ଜିଲ୍ଲା ବିଷମ କଟକ ସ୍ଥାନୀୟ ମା ମାର୍କମା +3 ମହାବିଧ୍ୟାଳୟର ରାଜନୀତି ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏହି ଆଲୋଚନା ଚକ୍ର ର ବିଷୟ-ଗଣତନ୍ତ୍ର ଉତ୍ପତି ର ଈତିହାସ-ଉପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡାଃ କୃଷ୍ଣ ଚିଚୁଆନ ବିସ୍ତୃତଭାବେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧକ୍ଷ ଡ ଅଶ୍ଵିନୀ କୁମାର ପଣ୍ଡା ଉଦ୍ଧଘଟନ କରିଥିଲେ । ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ଶ୍ରୀ ନିରଞ୍ଜନ ପାଢୀ ବିଷୟବସ୍ତୁ ଉପରେ ସମ୍ୟକ ଧାରଣ ଦେଇଥିଲେ । ଏହି ଆଲୋଚନଚକ୍ରରେ ମହାବିଦ୍ୟାଳୟର ରାଜନୀତି ବିଭାଗର ସମସ୍ତ ଛାତ୍ର-ଛାତ୍ରୀ ଏବଂ ଅଧ୍ୟାପକ ଶ୍ରୀ ସଞ୍ଜୟ କୁମାର ତ୍ରିପାଠୀ, ବୃନ୍ଦାବନ ସାହୁ ଅଂଶଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପକ ନିରଞ୍ଜନ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।