ମା ସହ କଳି କରି ଝୁଲି ପଡ଼ିଲା ପୁଅ

0
45
ମା ସହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୩/୦୧) : ମା’ ପୁଅ କଳିର କରୁଣ ପରିଣତି । ମା ସହ କଳି କରିବା ପରେ ଝୁଲି ପଡ଼ିଲା ପୁଅ। ଘଟଣା ଘଟିଛି କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ କଣ୍ଟାପଡ଼ା ଗାଁ’ରେ । ମୃତ ଯୁବକ ହେଲେ ଗାଁର ଆଲୋକ ସାହୁ ।

ମା ସହ କଳି କରି ଝୁଲି ପଡ଼ିଲା ପୁଅ । ଆଲୋକ ଓ ତାଙ୍କ ମା’ ଶାନ୍ତିଲତାଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଆଲୋକ ମଦ ପିଇ ଆସି ତାଙ୍କ ମା’ଙ୍କୁ ମାରଧର କରୁଥିଲେ । ଏନେଇ ଶାନ୍ତିଲତା ବହୁଥର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଦୁଇ ଦିନ ତଳେ ଶାନ୍ତିଲତା ଓ ତାଙ୍କ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଲୋକ ଶାନ୍ତିଲତାଙ୍କୁ ଘରକୁ ଛାଡ଼ୁ ନଥିଲା। ଶାନ୍ତିଲତା ବାହାରେ ରହୁଥିଲେ । ଏନେଇ ପୁଲିସକୁ ମଧ୍ୟ ଜଣାଇଥିଲେ । ଗତକାଲି ରାତିରେ ଆଲୋକ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ମା’ ଶାନ୍ତିଲତା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ଘଟଣାର ସତ୍ୟାସତ ଜଣାପଡ଼ିବ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଶାନ୍ତିଲତା କହିଛନ୍ତି, ପୁଅ ମଦ ପିଇ ଆସି ମୋତେ ମାରଧର କରେ । ମୁଁ ଏନେଇ ପୁଲିସକୁ ଜଣାଇଥିଲି। ଦୁଇ ତଳେ ମଧ୍ୟ କୁଟୁରୀରେ ହାଣିବ ବୋଲି ମୋତେ ଗୋଡ଼ାଇଥିଲା ଓ ଘରକୁ ଛାଡ଼ି ନଥିଲା । ମୁଁ ପୁଲିସ ପାଖକୁ ଯିବାକୁ କହିବାରୁ ମୋ ପୁଅ ଦୌଡ଼ି ଦେବ ବୋଲି ମୋତେ ଧମକ ଦେଇଥିଲା । ଏହି କଥା ମୁଁ ପୁଲିସକୁ ଜଣାଇଥିଲି । ହେଲେ ପୁଲିସ କୌଣସି ପଦକ୍ଷେପ ନେଇନଥିଲା । ଯଦି ପୁଲିସ ଆସିଥାନ୍ତା, ମୋ ପୁଅ ଦୌଡ଼ି ଦେଇପାରି ନଥନ୍ତା ।