ଉତ୍କଳ ସାମ୍ବାଦିକ ସଂଘ ତରଫରୁ ମାନ୍ୟବର ଉପବାଚସ୍ପତି ଙ୍କୁ ସମ୍ବର୍ଦ୍ଧନା ଓ ବନ୍ଧୁ ମିଳନ

0
35
ଉତ୍କଳ ସାମ୍ବାଦିକ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୫/୦୧) : କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସଭାପତି ସନ୍ତୋଷ ଦାସ ଙ୍କ ସଭାପତିତ୍ବରେ ରାଇକିଆ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ମାନ୍ୟବର ଉପବାଚସ୍ପତି ବିଧାନସଭା, ଓଡ଼ିଶା ଶ୍ରୀଯୁକ୍ତ ସାଲୁଗା ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ମାନ୍ୟବର ଉପବାଚସ୍ପତି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଙ୍କ ତରଫରୁ ମାନ୍ୟବର ଉପବାଚସ୍ପତି ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚାସୀନ ବରିଷ୍ଠ ସାମ୍ବାଦିକ ନିର୍ଭୀକ ସାମ୍ବାଦିକତା ଓ ସଂଘ କୁ ସଙ୍ଗଠିତ କରିବା ସହ ସାମ୍ବାଦିକ ମାନଙ୍କ ସୁରକ୍ଷା ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ପରିପ୍ରେକ୍ଷୀରେ ସମ୍ବାଦ ଖବରକାଗଜର ପ୍ରତିନିଧି ସମୀର ପାଢ଼ୀ ନିଜ ବକ୍ତବ୍ୟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ,ଘୁ. ଉଦୟଗିରି, ଦାରିଙ୍ଗିବାଡି, ବାଲିଗୁଡ଼ା ରେ ସାମ୍ବାଦିକ ଭବନ ନିମନ୍ତେ ଜମି ଓ ଗୃହ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଓ 5Tସଚିବ ଙ୍କୁ ଦିଆଯାଇଥିବା ଅନୁରୋଧ ପତ୍ରର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ ଓ ଉତ୍କଳ ସାମ୍ବାଦିକ ସଂଘ କୁ ସୁଦୃଢ଼ କରିବା ପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ ।

ଉପବାଚସ୍ପତି ନିଜ ବକ୍ତବ୍ୟରେ ସାମ୍ବାଦିକ ଙ୍କୁ ପ୍ରସଂଶା କରିବା ସହ ନିର୍ଭୀକ ସାମ୍ବାଦିକତା ସହ ସତ୍ୟ ଉପରେ ଆଧାରିତ ସମ୍ବାଦ ପରିବେଷଣ କରିବା ପାଇଁ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ସଂଘ ନିମନ୍ତେ ସାମାଜିକ କଲ୍ୟାଣ ପାଣ୍ଠି କମିଟି ଗଠନ କରାଯାଇ ବରିଷ୍ଠ ସାମ୍ବାଦିକ ସମୀର କୁମାର ପାଢ଼ୀ, ସମ୍ବାଦ ଖବର କାଗଜ ର ଘୁ. ଉଦୟଗିରି ପ୍ରତିନିଧି ଙ୍କୁ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଫିଲୀମନ ନାୟକ, ସମୀର କୁମାର ପାଢ଼ୀ, ସତ୍ୟ ନାରାୟଣ ପାଢ଼ୀ, ଗଞ୍ଜାମ ଜିଲ୍ଲା ସଭାପତି ଅନିଲ ପଟ୍ଟନାୟକ, ଭଞ୍ଜନଗର ସଂଘ ସଭାପତି ଅମରେନ୍ଦ୍ର ପଟ୍ଟନାୟକ,ବି ଭି ଶଙ୍କର, ମଞ୍ଚାସୀନ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଲକରେ ଥିବା ଉତ୍କଳ ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ। ଶେଷରେ ସାମ୍ବାଦିକ ଆଶୁତୋଷ ସାହୁ ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରିଥିଲେ ।