ତିନି ଜଣ ୱାରେଣ୍ଟି ଙ୍କୁ ଗିରଫ କଲା ସୋନପୁର ପୁଲିସ

0
89
ତିନି ଜଣ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୦୧) : ସୋନପୁର ପୁଲିସ ଗତ ବର୍ଷ ୨୦୨୩ ରେ ସହର ର ବିଭିନ୍ନ ଅପରାଧ ରେ ସଂପୃକ୍ତ ଥିବା ତିନି ଜଣ ଅଭିଯୁକ୍ତ ଙ୍କୁ ଆଜି ସୋନପୁର ପୁଲିସ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି l

ତିନି ଜଣ ୱାରେଣ୍ଟି ଙ୍କୁ ଗିରଫ କଲା ସୋନପୁର ପୁଲିସ l ଗତ କାଲି ରାତି ରେ ସୋନପୁର ତେଲ ବ୍ରିଜ ଠାରେ ଏସ ଡି ପି ଓ ଶ୍ରୀ ତ୍ରୀପାଠୀ ଙ୍କ ନେତୃତ୍ଵ ରେ ଥାନା ଅଧିକାରୀ ପଦ୍ମlସିନି ମେହେର ଙ୍କ ତତ୍ତ୍ଵାବଧାନରେ ଓ ସୋନପୁର ପୁଲିସ ଅଫିସର ମାନଂକ ଉପସ୍ଥିତି ରେ ନାଇଟ ବ୍ଲକିଂ କରଯାଇ ବିଭିନ୍ନ ଗାଡ଼ି କୁ ସର୍ଚ୍ଚ କରଯାଇଥିଲା l ପରେ ପରେ ସହର ର ବିଭିନ୍ନ ଅଞ୍ଚଳ ରେ ୱାରେଣ୍ଟ ଡ୍ରାଇଭ୍ ଓ ଚଢ଼ାଉ ବେଳେ ୩ ଜଣ ପୁରୁଣା ୱାରେଣ୍ଟି ବା ଅପରାଧୀ ମାନଙ୍କୁ ଗିରଫ କରିଥିବା ଜଣା ପଡ଼ିଛି l ଏହି ୱାରେଣ୍ଟି ମାନେ ହେଲେ ସୁନିଲ କଂସାରି, ଭୁବନ ବେହେରା, ଓ ବିଶାଳ ଡୁଙ୍ଗୁରିଆ l ସୁବର୍ଣ୍ଣପୁର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଅପରାଧ ନିୟନ୍ତ୍ରଣ ପାଈଁ ବର୍ତ୍ତମାନ ସହର ରେ ସୋନପୁର ପୁଲିସ ଦ୍ବାରା ନାଇଟ ପେଟ୍ରୋଲିଙ୍ଗ କୁ କଡ଼ା କଡ଼ି କରାଯାଉଥିବା ସୂଚନା ମିଳିଛି l