ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ

0
40
ନେତାଜୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୩/୧) : ଆଜି ଗୁଣପୁର ମହାବିଦ୍ୟାଳୟରେ ନେତାଜୀ ଜୟନ୍ତୀ ତଥା ପରାକ୍ରମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।

ମହାବିଦ୍ୟାଳୟ ପରିସରରେ ଥିବା ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୁର୍ତ୍ତି ରେ ଅଧ୍ୟକ୍ଷ ଶଶୀଭୂଷଣ ମହାନ୍ତି ମାଲ୍ୟାର୍ପଣ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ନେତାଜିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶମାତୃକାର ସେବାପାଇଁ ଆହ୍ବାନ ଦେଇଥିଲେ । ଉପସ୍ଥିତ ପ୍ରାଧ୍ୟାପକ ଡ୍.ସୂର୍ଯ୍ୟନାରାୟଣ ପଣ୍ଡା, ଓ ଅଧ୍ୟାପକ ଜ୍ୟୋତିରଂଜନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ନେତାଜୀଙ୍କ ଜୀବନିର ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଅମୀୟ ମହାନ୍ତି, ଜଗନ୍ନାଥ ଦୀପ, ତାମିଲା ପାରାସେଟ୍, ପୁକିଆ ମିନାକା, ପ୍ରୀୟବ୍ରତ ମହାକୁର , ଜିତେନ୍ଦ୍ର ବଡ଼ ମୁଣ୍ଡି, ଲକ୍ଷ୍ମଣ ଶବର ଓ ଅଧ୍ୟାପିକା ସସ୍ମିତା ରଥ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ । ପରିଶେଷ ରେ ଡ଼୍ ଦେବୀଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।