ସତ୍ୟ ଖବର ପ୍ରକାଶ ପରେ ସାମ୍ବାଦିକଙ୍କୁ ଧମକ : -ଗଣମାଧ୍ୟମ ପ୍ରତିନିଧିଙ୍କ ଜରୁରୀ ବୈଠକ

0
72
ସତ୍ୟ ଖବର ପ୍ରକାଶ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୪/୧) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣରେ ଆଜି ବିଭିନ୍ନ ଖବର କାଗଜର ଖବର ଦାତାଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ସତ୍ୟ ଖବର ପ୍ରକାଶ କରି ନବରଙ୍ଗ ପୁରର ଅନାମ ଦିଆନଙ୍କ ଧମକର ଶିକାର ହୋଇଥିବା ଶ୍ରୀ ହରିଶ କୁମାର ପଟ୍ଟନାୟକ ପ୍ରକାଶ କରି ଥିଲେ । ଏହାକୁ ନେଇ ଖବର ଦାତାଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା ସହ ଖରା ବର୍ଷା ଶୀତ କାକର ରେ ନିରପେକ୍ଷ ସମ୍ବାଦ ପରିବେଷଣ କରି ଖବରଦାତା ମାନେ କିଭଳି ଭାବରେ କେତେ ବେଳେ ଆକ୍ରମଣ ଶିକାର ହେଉଛନ୍ତି ତ ଆଉ କେତେ ବେଳେ ଧମକର ଶିକାର ହେଉଛନ୍ତି ବୋଲି ବୈଠକରେ ଆଲୋଚନା ହୋଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ଖବର ଦାତା ରବି ଶଙ୍କର ମହାପାତ୍ର, ପଦ୍ମନ ବିଶୋଇ, ଭାନୁ ପ୍ରତାପ ନାୟକ, ସୁନୀଲ ଷଡ଼ଙ୍ଗୀ, ଟୁଟୁ ପଟ୍ଟନାୟକ, ସୁଶାନ୍ତ ପଣ୍ଡା, ହରିଶ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଦୁର୍ବ୍ୟବହାର କିମ୍ବା ଧମକକୁ ବରଦାସ୍ତ କରାଯିବ ନାହିଁ, ଏ ନେଇ ପ୍ରଶାସନ ଏବଂ ରାଜ୍ୟ ସଂଘକୁ ଅବଗତ କରିବା ପାଇଁ ନିଷ୍ପତି ହୋଇଥିବା ଜଣାଯାଇଛି ।