ଆଥଲେଟିକ ଆସୋସିଏସନ ପକ୍ଷରୁ ୫୦ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

1
91
ଆଥଲେଟିକ ଆସୋସିଏସନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୯/୦୧) : ବୈତରଣୀ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ୫୦ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l

ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରର ୮ଟି ଦଳ ଭାଗ ନେଇଥିଲେ l ୨୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା l ଏହି ଟୁର୍ଣ୍ଣାମେଣ୍ଟରେ କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାର ହଜାର ହଜାର ଦର୍ଶକ ପ୍ରତ୍ୟେକ ଦିନ ଏହି ଖେଳକୁ ଉପଭୋଗ କରିଥିଲେ ଲ ଫାଇନାଲ ମ୍ୟାଚରେ ଏଲ ଆର ଏକାଡେମୀ ପଶ୍ଚିମ ମେଦିନପୁର ଓ ଚାନ୍ଦକ୍ଲବ କେନ୍ଦ୍ରାପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚରେ ଚାନ୍ଦକ୍ଲବ କେନ୍ଦ୍ରାପଡ଼ା ଏଲ ଆର ଏକାଡେମୀକୁ ଦୁଇଟି ଗୋଲ ଦେଇଥିଲେ l ଚାନ୍ଦକ୍ଲବ ଫାଇନାଲ ବିଜେତା ହୋଇଥିବା ବେଳେ ଏଲ ଆର ଏକାଡେମୀ ରନରର୍ସ ଅପ ହୋଇଥିଲେ l ଶେଷରେ ଅତିଥିମାନେ ଉଭୟ ଦଳକୁ ଟ୍ରଫି ପ୍ରଦାନ ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ l

1 COMMENT

Comments are closed.