ବାଲିଗୁଡା ରେ ବିଜେଡିର ମିଶ୍ରଣ ପର୍ବ

0
63
ବାଲିଗୁଡା

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨/୨) : ବାଲିଗୁଡା ମହାସିଂ ଠାରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।WhatsApp Image 2024 02 02 at 18.55.38 1 ବାଲିଗୁଡା ରେ ବିଜେଡିର ମିଶ୍ରଣ ପର୍ବ

ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ସାଂସଦ ପ୍ରତିନିଧି ଟୁନା ଦାସଙ୍କ ନେତୃତ୍ୱରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଯୋଗ ଦେଇ ଥିଲେ । ଓଡିଶା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପାଇଁ ଦେଶରେ ସୁନାମ ଖ୍ୟାତି ଆଣିଛନ୍ତି ବୋଲି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ କହିଛନ୍ତି । ପ୍ରତ୍ୟେକ ଦିନ ମୁଖ୍ୟମନ୍ତ୍ରୀ ଆମ ପାଇଁ ବିଭିନ୍ନ ଯୋଜନା ହାତକୁ ନେଇ ରାଜ୍ୟ କୁ ବିକାଶ ପଥ ରେ ଆଗେଇ ନେଉଛନ୍ତି । ସେଥିପାଇଁ ସମସ୍ତେ ବିଜେଡି ଦଳ କୁ ସୁଦୃଢ କରି ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡି ର ମିଶ୍ରଣ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ।

ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାଜୀବ ପାତ୍ର, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ତୁମୁଡିବନ୍ଧ, ବିଲାମାଳ, ଲଙ୍କାଗଡ଼ ପଞ୍ଚାୟତର ତିନିଶହ ରୁ ଉର୍ଧ୍ଵ ଯୁବକ ମହିଳା ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଜନ କଲ୍ୟାଣ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବିଜେଡି ଦଳ ରେ ଯୋଗ ଦେଇଛନ୍ତି । ଏହି ବିଜେଡି ର ମିଶ୍ରଣ ପର୍ବରେ ବରିଷ୍ଠ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।