ପୁରୁଣା କଟକ ଶାନ୍ତିଦେବୀ ITI ରେ ବିଶ୍ୱକର୍ମା ପୂଜା ପାଳିତ

0
219

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୭/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଠାରେ ଥିବା ଶାନ୍ତିଦେବୀ ଶିଳ୍ପ ତାଲିମ କେନ୍ଦ୍ରରେ ଆଜି ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି |

କୋଭିଡ ର ସମସ୍ତ ନିୟମ ପାଳନ କରି ପୁରୁଣା କଟକ ଶାନ୍ତିଦେବୀ ITI ର ସମସ୍ତ ଅଧ୍ୟାପକଙ୍କ ସମେତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏହି ପୂଜା ପାଳନ କରାଯାଇଛି | ଅଧ୍ୟାପକ ବିଜୟ ମହାନ୍ତି କର୍ତ୍ତା ଭାବେ ପୂଜା କାର୍ଯ୍ୟ ତୁଲାଇ ଥିଲେ | ଶେଷରେ ସମସ୍ତ କର୍ମ କର୍ତ୍ତା, ଅଧ୍ୟାପକ, ଛାତ୍ର ଛାତ୍ରୀ ପୂଜାକାର୍ଯ୍ୟ ସମାପନ କରି ପ୍ରସାଦ ସେବନ କରିଥିଲେ |