ଗତକାଲିଠୁ ନିଖୋଜ ଥିଲେ ବୃଦ୍ଧ; ପରିତ୍ୟକ୍ତ କୂଅରୁ ମିଳିଲା ମୃତଦେହ

0
49
ଗତକାଲିଠୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୧୦/୦୨) : ଗତକାଲିଠୁ ନିଖୋଜ ଥିଲେ ବୃଦ୍ଧ । ଆଜି ସକାଳେ ପରିତ୍ୟକ୍ତ କୂଅରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗାଁ’ରେ। ମୃତ ବୃଦ୍ଧା ଜଣକ ହେଲେ ଗାଁ’ର ୬୫ ବର୍ଷୀୟ ଶୋଭା ଭୋଇ । ବୃଦ୍ଧ ଜଣଙ୍କ ଗତକାଲିଠାରୁ ନିଖୋଜ ଥିଲେ । ସନ୍ଧ୍ୟା ହେବାରୁ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ । ଆଜି ସକାଳେ ବୃଦ୍ଧଙ୍କର ମୃତଦେହ ପରିତ୍ୟକ୍ତ କୂଅରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।

ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଏନେଇ ପୁଲିସକୁ ଜଣାଇଥିଲେ । ବୃଦ୍ଧ ଜଣଙ୍କ କିପରି କୂଅରେ ପଡ଼ିଲେ ତାର କାରଣ ଅସ୍ପଷ୍ଟ ରହିଛି । ବୃଦ୍ଧଙ୍କୁ କିଏ ହତ୍ୟା କରି କୂଅରେ ପକାଇଦେଇଛି ନା, ସେ ଆତ୍ମହତ୍ୟା କରିଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାର ତଦନ୍ତ କରୁଛି।