ନିଜ ବାସଗୃହ ରୁ ସର୍ବସ୍ବ ଲୁଟ ଅଭିଯୋଗ ନେଇ ପ୍ରେସ ବିଜ୍ଞପ୍ତି

0
28
ନିଜ ବାସଗୃହ

ରିପୋର୍ଟ : ସନ୍ତୋଷ କାମର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୩/୦୨) : ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ଥିବା ସୁନିଲ ଜୈନ ନାମକ ଜଣେ ବ୍ୟକ୍ତି ନିଜ ବାସଗୃହ ତାଲା ଦେଇ ସପରିବାର ପାରିବାରିକ କାମରେ ଅନ୍ୟତ୍ର ଯାଇଥିଲେ ।

ସେ ଗତ ଡିସେମ୍ବର ମାସ ୨୯ ତାରିଖ ରେ ଘର କୁ ଫେରି ଦେଖିଥିଲେ ଯେ ଘର ତାଲା ଭାଙ୍ଗି ସବୁ ଲୁଟି ନେଇ ଚମ୍ପଟ ମାରିଥିଲେ । ସୁନା ଅଳଙ୍କାର ସହ ସବୁ କିଛି ଚୋରି ହୋଇ ଯିବା ନେଇ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ହେଲେ ମାସାଧିକ କାଳ ହେବ କିଛି ସୁଫଳ ନ ପାଇ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦ୍ବାରସ୍ଥ ମଧ୍ୟ ହୋଇ ଥିଲେ । ଏପରିକି ପୋଲିସ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ଦ୍ବାରସ୍ଥ ହୋଇ ସେଠୀ ଦୁର୍ବ୍ୟବହାର ର ଶିକାର ହୋଇ ଥିବା ପ୍ରକାଶ କରି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସବିଶେଷ ଅଭିଯୋଗ ପ୍ରକାଶ କରିଥିଲେ । ଏତଲା ରୁଜ୍ଜୁ ହୋଇ ଥିବା ବେଳେ ତଦନ୍ତ ଶିଥିଳତା ଦର୍ଶାଇ ନୂତନ ଥାନାଧିକାରୀ ଭାବେ ଯୋଗଦାନ କରି ଥିବା ଅବନୀ ସାହୁ ଙ୍କ ଦକ୍ଷତା ଥିବା ଓ ଏ ମାମଲା ରେ ଯୋଗଦାନ କରିବା ପ୍ରଥମ ଦିନରେ ଦୁଇ ସନ୍ଦିଗ୍ଧ ଙ୍କୁ ୨୪ ଘଣ୍ଟା ମଧ୍ୟରେ ଡକେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ନେଇ କୃତଙ୍ଗତା ପ୍ରକାଶ କରିଛନ୍ତି ।

ପ୍ରକାଶ ଯେ, ସେ ଏହି ଥାନାରେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ କୁଖ୍ୟାତ ଅପରାଧୀ ତଥା ଜମି ମାଫିଆ ବବଲୁ ମହାନନ୍ଦ ସହ ଗୁଳି ବିନିମୟରେ ତାର ଗୋଡ଼ରେ ଗୁଳି ମାରି ଗିରଫ କରିବା, ସ୍ବର୍ଗତ ରାମ ଲାଲ ଜୈନ ନାମକ ବ୍ୟବସାୟୀଙ୍କ ଘରେ ଡକାୟତି ମାମଲାର ଖୁଲାସା ସହ ଟିଟିଲାଗଡ ସଇଁତଳା ମଧ୍ୟବର୍ତ୍ତୀ ଗୁଲ୍ମୀ ଜଙ୍ଗଲରେ ମାଓ ଶିବିର ତଥା ମାଓ କାର୍ଯ୍ୟକଳାପ ଦମନ,ଚୋରି ବାଇକ୍ ରକେଟ ଠାବ କରିବାରେ ସକ୍ଷମ ହୋଇ ପାରିଥିଲେ । ଉକ୍ତ ପ୍ରେସ ବିଜ୍ଞପ୍ତି ରେ ଶ୍ରୀ ଜୈନ ପୋଲିସ ଉପରେ ଆସ୍ଥା ପ୍ରକଟ କରି ଚୋର ଙ୍କୁ ଗିରଫ କରିବା ପାଇଁ ଜଣାଇଛନ୍ତି ।