ଅନ୍ତିମ ରଜନୀରେ ଜନଜାତି ସାଂସ୍କୃତିକ ମହୋତ୍ସବ

0
48
ଅନ୍ତିମ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୪/୦୨) : ରାୟଗଡା ଜିଲ୍ଲାର ଜନଜାତି କଳା,ସଂସ୍କୃତି ଓ ପରମ୍ପରାର କୁ ପ୍ରୋତ୍ସାହନ ଦେବା ନିମନ୍ତେ ରାୟଗଡା ଜିଲ୍ଲା ଏସଡିସି ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମାଝିଙ୍କ ପୌରାହିତ୍ୟରେ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଆଜି ମହୋତ୍ସବ ଉଦଯାପିତ ହୋଇଯାଇଛି ।

ଅନ୍ତିମ ରଜନୀରେ ଜନଜାତି ସାଂସ୍କୃତିକ ମହୋତ୍ସବ । ତିନି ଦିନ ଧରି ଅନୁଷ୍ଠିତ ହେଇଥିବା ଏହି ମହୋତ୍ସବର ତୃତୀୟ ବା ଅନ୍ତିମ ସଂଧ୍ୟାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମୋନାଜ ସତ୍ୟୱାନ ମହାଜନ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝି, ଜିଲ୍ଲା ଏସଡିସି ଉପାଧ୍ଯକ୍ଷ ବନମାଳି କାଡ୍ରକା, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଅତିରିକ୍ତ ଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ପ୍ରକଲ୍ପ ପ୍ରଶାସକ ନୀହାର ରଞ୍ଜନ କହଁର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜନଜାତିଙ୍କ କଳା, ସଂସ୍କୃତି, ପରମ୍ପରା ବିଶ୍ଵରେ ନିଆରା ବୋଲି କହିଥିଲେ ।

ସ୍ଵତନ୍ତ ଉନ୍ନୟନ ପରିଷଦ ଗଠନ କରି ଜନଜାତି ମାନଙ୍କ କଳା, ସଂସ୍କୃତି, ପରମ୍ପରାକୁ ଉଦଜୀବିତ ରଖିବାରେ ସଫଳ ହୋଇଥିବା ଏବଂ ସ୍ଵଂୟ ସହାୟକ ଗୋଷ୍ଠୀମାନେ କି ପରି ଆଗକୁ ବଢିବେ ଓ ଆର୍ଥିକ ସ୍ଥିତି ସୁଦୃଢ ହେବ ସେ ଉପରେ ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଥିଲେ । ଏହି ମହୋତ୍ସବରେ ଜନଜାତି ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ନିଜ ନିଜର ହସ୍ତଶିଳ୍ପୀ ଏବଂ ପାରମ୍ପରିକ ବସ୍ତୁ ଓ ଦ୍ରବ୍ୟ ଗୁଡିକ ପ୍ରଦର୍ଶନୀ କରିବା ସହ ବିକ୍ରୀ କରିବା ସମ୍ପର୍କୀତ ଶହେଟି ଷ୍ଟଲ ଖୋଲାଯାଇଛି । ଏହି ସାଂସ୍କୃତିକ ଉତ୍ସବରେ ଜିଲ୍ଲା ଏବଂ ବାହାର ଜିଲ୍ଲାରୁ ଆସିଥିବା ଜନଜାତି ମାନେ ନିଜ ନିଜର ବିଭିନ୍ନ ଲୋକ ନୃତ୍ୟ, କଳା ଓ ସଙ୍ଗୀତ ପରିବେଷଣ କରିଥିଲେ ଓ ସେମାନଙ୍କୁ ମଞ୍ଚରେ ପୁରସ୍କାର ପ୍ରଦାନ କରାଯାଇଥିଲା ।