ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଗୁରୁତର

0
27
ଟ୍ରକ-ବୋଲେରୋ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୦୫/୦୨) : ବୌଦ୍ଧ ଜିଲ୍ଲା ୫୭ ନ ଜାତୀୟ ରାଜପଥ ବାଉଁଶୁଣୀ ଥାନା ବହିରା ଛକ ନିକଟରେ ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା

ଫଳରେ ୧୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଟ୍ରକ୍ ଟି ସୋନପୁର-ବୌଦ୍ଧ ଅଭିମୁଖେ ଯାଉଥିବାବେଳେ ସାମ୍ନା ପଟରୁ ଆସୁଥିବା ଏକ ବୋଲେରୋ ସହିତ ବହିରା ଛକ ନିକଟରେ ମୁହାଁମୁହିଁ ଧକାହୋଇଥିଲା । ଯାହା ଫଳରେ ବଲେରୋରେ ଥିବା ପ୍ରାୟ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ବାଉଁସୁଣି ଦମକଳବାହୀନି ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପ୍ରଥମେ ବାଉଁଶୁଣୀ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ଅନ୍ୟପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।