ସ୍ୱଚ୍ଛତା ର ଆବଶ୍ୟକତା କୁ ନେଇ ସଚେତନ କାର୍ଯ୍ୟକ୍ରମ

0
35
ସ୍ୱଚ୍ଛତା

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୫/୨) : ସ୍ୱଚ୍ଛତାର ଆବଶ୍ୟକତା କୁ ନେଇ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ମୂର୍ତ୍ତାହାଣ୍ଡି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ସରକାରୀ 5T ସ୍କୁଲ ରେ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସ୍କୁଲରେ କିପରି ପରିବେଶ ସଫା ସୁତୁରା ପିଲାମାନେ ରଖିପାରିବେ, ସେ ନେଇ ଡାକ୍ତର ରାଗିଣୀ ଗୌର ପରାମର୍ଶ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀ ରେ ସହଜ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ଓ ପିଲାଙ୍କ ଆଗ୍ରହ ବଢିବା ପାଇଁ ପୁରସ୍କାର ବିତରଣ ମଧ୍ୟ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟ ରେ ଫାର୍ମାସିଷ୍ଟ ଶ୍ରୀ ତାପସ କୁମାର ପରିଡା, ଶ୍ରୀମତୀ ସ୍ୱପ୍ନା ମହାନ୍ତି, ଧର୍ମୁ ବିଶ୍ୱାଳଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।