୫୨୨ ଗ୍ରାମ ବ୍ରାଉନ ସୁଗାର ଜବତ ,୨ ଗିରଫ

0
40
୫୨୨ ଗ୍ରାମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୮/୦୨) : ବେଆଇନ ବ୍ରାଉନ ସୁଗାର କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ପୁରୀ ପୁଲିସ । ସେମାନଙ୍କ ଠାରୁ ୫୨୨ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି ।

ଗିରଫ ବ୍ୟକ୍ତି ମାନେ ହେଲେ ଶଦେବାଶିଷ ଦାସ, ଶୁଭମ ପଟ୍ଟନାୟକ ଉଭୟ ଖୋଦ୍ଧାର । ତାଳବଣିଆ ହେଲିପ୍ୟାଡ୍ ନିକଟରେ ବ୍ରାଉନ ସୁଗାର କାରବାର ଚାଲୁଥିବାର କୌଣସି ସୁତ୍ରରୁ ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା । ସେଠାରୁ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବାଇକ୍ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି ।

ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଆଜି ପୁରୀ ଏସପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଘଟଣାସ୍ଥଳରୁ ଗ୍ରାହାକ ଫେରାର ହୋଇଯାଇଛି । ତାକୁ ଗିରଫ କରିବା ପାଇଁ ପୁଲିସ ଚଢ଼ାଉ ଜାରୀ ରଖିଛି । ପୁରୀ ସହରରେ ନିଶା ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରୀ ରହିବ ବୋଲି ଏସପି କହିଛନ୍ତି ।