ଇଟାଭାଟିରେ ନିଆଁ ଲଗାଇ ତା’ ଉପରେ ଶୋଇଥିଲେ; ଚାଲିଗଲା ୪ଜୀବନ

0
24
ଇଟାଭାଟିରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୦/୦୨) : ଇଟାଭାଟିରେ ନିଆଁ ଲଗାଇ ତା’ ଉପରେ ଶୋଇଥିଲେ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଜଣଙ୍କ ଜୀବନ

ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ନିକଟ ଇଟା ଭାଟିରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି । ମୃତକ ସମସ୍ତେ ଗୋଟିଏ ପରିବାରର । ମୃତତକ ମାନଙ୍କ ଘର ଛତିଶଗଡ଼ରେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ରାତିରେ ଶ୍ରମିକ ମାନେ ଇଟାଭାଟିରେ ନିଆଁ ଲଗାଇ ତା’ ଉପରେ ଶୋଇଥିଲେ । ଆଜି ସକାଳେ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଇଟାଭାଟିଟି ବେଆଇନ ଭାବେ ଚାଲିଥିବା ସୂଚନା ରହିଛି । ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । ଶ୍ୱାସରୁଦ୍ଧ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।