ହୋଟେଲ୍‌ ପାଖରେ ଲାଞ୍ଚ ନେଉଥିଲେ ଡାକ୍ତର, ମାଡ଼ି ବସିଲା ଭିଜିଲାନ୍ସ

0
29
ହୋଟେଲ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡା, (୦୯/୦୨) : ହୋଟେଲ୍‌ ପାଖରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସୌରଭ ସୁପ୍ରୀତ

ଅପରେସନ କରିବା ପାଇଁ ଦୁଇ ଜଣ ରୋଗୀଙ୍କ ଠାରୁ ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ । ଗତକାଲି ବେଲପାହାଡ଼ର ଦୁଇ ଜଣ ରୋଗୀ ଗୁରୁଦେବ ଗରଡ଼ିଆ ଓ ଜୟରାମ ଭଇଁସା ହାଇଡ୍ରୋସିଲ୍ ଅପରେସନ ହେବା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଅସ୍ତ୍ରୋପଚାର କରିବା ପାଇଁ ଲାଞ୍ଚ ମାଗିଥିଲେ ଡାକ୍ତର ସୌରଭ ସୁପ୍ରୀତ। ନ ହେଲେ ଆସନ୍ତା ବୁଧବାର ଅପରେସନ କରାଯିବ ବୋଲି କହିଥିଲେ । ଗୁରୁଦେବ ଓ ଜୟରାମ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ଯୋଜନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଏକ ହୋଟେଲ ପାଖରେ ଡାକ୍ତର ସୌରଭ ସୁପ୍ରୀତ ସେମାନଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିଲେ ।