୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ; ମାଡ଼ିବସିଲା ଭିଜିଲାନ୍ସ

0
63
୫ ହଜାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୧୦/୦୨) : ଚତୁର୍ଥ ଶ୍ରେଣୀ କର୍ମଚାରୀଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ

ମାତ୍ର ଏହି ସମୟରେ କେନ୍ଦ୍ରାପଡା ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ଅତିଙ୍କୁ ମାଡ଼ି ବସିଲେ ଭିଜିଲାନ୍ସ ଅଧିକାରୀ । ପ୍ରଧାନ ଶିକ୍ଷକ ନିରଞ୍ଜନ ଲୋନ୍ କାଗଜପତ୍ରରେ ଦସ୍ତଖତ କରିବା ପାଇଁ ନିଜ ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏନେଇ କର୍ମଚାରୀ ଜଣଙ୍କ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।ପୂର୍ବ ଯୋଜନା ଅନୁଯାୟୀ ଆଜି ସକାଳେ ପ୍ରଧାନ ଶିକ୍ଷକ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ପ୍ରଧାନ ଶିକ୍ଷକଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏନେଇ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ପ୍ରଧାନଶିକ୍ଷକ ମଧ୍ୟ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି। ଭିଜିଲାନ୍ସ ପ୍ରଧାନ ଶିକ୍ଷକଙ୍କୁ ପଚରାଉଚରା କରୁଥିବା ସୂଚନା ରହିଛି ।