ଖଲ୍ଲିକୋଟ ରାଜ ବଂଶର ଶେଷ ଅସ୍ତମିତ ଜ୍ୟୋତି ରାଣୀମାଙ୍କ ଦେହାନ୍ତ

0
96

ଖଲ୍ଲିକୋଟ (୧୦/୦୨): ଖଲ୍ଲିକୋଟ ରାଜ ବଂଶର ଶେଷ ଅଲିଭା ଜ୍ୟୋତି ତଥା ସମସ୍ତଙ୍କ ପ୍ରିୟ ରାଣୀମାଙ୍କ ଗତକାଲି ରାତ୍ର ୧୨ଘଣ୍ଟା ୪୪ ମିନଟରେ ଚେନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୭ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |

ତାହାର କିଛି ଘଣ୍ଟା ପୂର୍ବରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଓ 5 ଟି ଅଧକ୍ଷ ଭିକେ ପାଣ୍ଡିଆନ, ଚିକିଟି ମନ୍ତ୍ରୀ ତଥା ରାଣୀମାଙ୍କ ଅତିଘନିଷ୍ଟ ବାନ୍ଧବୀ ଉଷାଦେବୀ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜେଡି ସଂଗଠକ ପ୍ରଣବ ପ୍ରକାଶ ଦାଶଙ୍କ ସହିତ ଅନ୍ୟାନ୍ୟ ସର୍ବୋଚ ପୋଲିସ, ପଦାଅଧିକାରୀ ସେହି ଚେନାଇ ହସ୍ପିଟାଲକୁ ଯାଇ ତାଙ୍କୁ ଭେଟି ତାଙ୍କର ଆସୁ ଆରୋଗ୍ୟ କାମନା କରି ଓଡିଶା ଫେରିବାର କିଛି ଘଣ୍ଟା ପରେ ଖଲ୍ଲିକୋଟ ରାଜବଂଶର ଶେଷ ମହାରାଣୀ ଓ ଜଣେ ସୁଧକ୍ଷ, ସଂଗଠକ, ଅପ୍ରତିଦ୍ବନ୍ଦି ରାଜନେତ୍ରୀ, ଗରୀବ ଅସହାୟଙ୍କ ଅର୍ଣ୍ଣ ଦାତ୍ରୀ ସହିତ ସମସ୍ତଙ୍କ ପ୍ରିୟ ମାଆର ଯେଉଁ ଡ଼ାକ ତାଙ୍କ ପ୍ରତି ଶୁଣା ଯାଉଥିଲା ସେହି ଡ଼ାକ ଆଉ ଶୁଣିବାକୁ କେହି ନାହାନ୍ତି | ସେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ଆଠଥର ଏବଂ କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ତରଫରୁ ୨ଥର ନିର୍ଦ୍ବନ୍ଦରେ ଓଡିଶା ବିଧାନ ସଭାରେ ଏକ ରେକର୍ଡ ସୃଷ୍ଟି କରିଥିଲେ |6d2ac1ed 4a74 4f3c 9c10 49d9f4127b7c ଖଲ୍ଲିକୋଟ ରାଜ ବଂଶର ଶେଷ ଅସ୍ତମିତ ଜ୍ୟୋତି ରାଣୀମାଙ୍କ ଦେହାନ୍ତ

ବିଶେଷ କରି ଯେକୌଣସି ନିର୍ବାଚନ ମଣ୍ଡଳୀର ଲୋକଙ୍କ ଅଭାବ, ଅସୁବିଧାକୁ ଦୁରକରୀ ବିଭିର୍ଣ୍ଣ ପଞ୍ଚାୟତରେ ଶିକ୍ଷା, ରାସ୍ତା, ପାନୀୟ, ଗମନା ଗମନ, ବିଦ୍ୟୁତ, କୋଠଘର, କଲ୍ୟାଣ ମଣ୍ଡପ, ଚାଷ କ୍ଷେତ୍ରରେ ସମସ୍ତଙ୍କ ପାଇଁ ବହୁ କାର୍ଯ୍ୟ କରିଯାଇଛନ୍ତି | ବିଜୁ ପଟନାୟକଙ୍କ ଠାରୁ ଆରମ୍ଭ କରି ଏବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ତାଙ୍କୁ ବହୁ ବଡ଼ ମନ୍ତ୍ରୀପଦ,ବାଚସ୍ପତି ପଦବିକୁ ମଧ୍ୟ ସେ ଆଗ୍ରହ୍ୟ କରି ଦେଇଥିଲେ | ଗତକାଲି ରାତି ୧୨ ଘଣ୍ଟା ୪୪ ମିନଟ ସମୟରେ ତାଙ୍କର ମୃତ୍ୟୁ ଖବର ପ୍ରସାରିତ ପରେ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ନିର୍ବାଚନ ମଣ୍ଡଳୀ ସହିତ କବିସୂର୍ଯ୍ୟ ନଗର ଏବଂ ଗଞ୍ଜାମ ଜିଲ୍ଲା ଓ ଓଡିଶା ଏବଂ ରାଜ୍ୟ ବାହାରେ ମଧ୍ୟ ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି |1438d4c8 27f2 4f1e bc95 0f351c3d4b46 ଖଲ୍ଲିକୋଟ ରାଜ ବଂଶର ଶେଷ ଅସ୍ତମିତ ଜ୍ୟୋତି ରାଣୀମାଙ୍କ ଦେହାନ୍ତ

ତାଙ୍କ ଅସୁସ୍ଥ ଖବର ଶୁଣି ଖଲ୍ଲିକୋଟ ଏନଏସିର ଅଧକ୍ଷ ଇଁ.ନିରଞ୍ଜନ ବେହେରାଙ୍କ ସହିତ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ପୁରୁଷୋତ୍ତମପୁର ଅଞ୍ଚଳର ଯୁବ ନେତା ସୀତାରାମ ପାଣିଗ୍ରାହୀଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ରାଣୀମାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିଛନ୍ତି | ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁପାରିଶରେ ରାଣୀମାଙ୍କ ପାର୍ଥିବ ଶରୀରକୁ ଓଡିଶାକୁ ଅଣା ଯାଇ ବିଧାନସଭା ସମୁଖରେ ଗାର୍ଡ ଅଫ ଅନର ଦିଆଯାଇ ଖଲ୍ଲିକୋଟ ରାଜବାଟିକୁ ଆଣାଯାଇ ନଗର ପରିଭ୍ରମାଣ କରାଯାଇ ଶେଷରେ ପଞ୍ଚଭୁତରେ ବିଲୀନ କରାଯିବାର ସୂଚନା ମିଳିଛି |