ବିଜେପି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

0
42
ବିଜେପି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୨/୦୨) : ରାଜନୀତି ର ପଶାପାଲି ରେ ଏବେ କିଏ କେଉଁ ଦଳ ରେ କିଭଳି ବାଜିମାତ କରିବ, କ୍ଷମତା ପାଇ କିଭଳି ବିକାଶ ହେବ ଓ ବିକାଶ ନାଁ’ରେ ବିନାଶ ହେବ ଏଭଳି ବିଭିନ୍ନ ଦଳ ତରଫରୁ ରାଜନୀତି ବେଶ୍ ସରଗରମ ହୋଇ ଗାଁ ଠୁ ସହର ବେଶ୍ ଚଳ,ଚଞ୍ଚଳ ହୋଇ ଉଠିଛି ।WhatsApp Image 2024 02 12 at 09.48.35 ବିଜେପି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ବିଜେପି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ । ନିର୍ବାଚନ କୁ ନେଇ ବେଶ୍ ନିଜ ପ୍ରଚାର, ପ୍ରସାର ଆରମ୍ଭ ହୋଇ ଯାଇଥିବା ବେଳେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ର କୁରୁସୁଡ ଗ୍ରାମ ପଞ୍ଚାୟତ ୮ ନଂ ଯୋନ ରେ ବିଜେପି ଦଳ ତରଫରୁ ବିଧାୟକ ପ୍ରାର୍ଥୀ ନବୀନ ଜୈନ ଙ୍କ ନେତୃତ୍ବରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଥିଲା । ବହୁ ସଂଖ୍ୟକ ବିଜେଡ଼ି,କଂଗ୍ରେସ ଦଳ ର କର୍ମୀ ସହ ଅନେକ ବର୍ଗ ର ଲୋକ ବିଜେପି ରେ ଯୋଗ ଦେଇଥିଲେ । ଏହି ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ବିଧାୟିକା ତଥା ଜଳ, ସମ୍ପଦ ଓ ପରିବହନ ମନ୍ତ୍ରୀ କୌଣସି ପ୍ରକାର ଉନ୍ନତି ନିଜ କ୍ରମାଗତ ଶାସନ କାଳରେ ନ କରି ସମୂର୍ଣ ଅବହେଳା କରିବା,କେବଳ ନାମ ଫଳକ,ଓ ମିଥ୍ୟା ପ୍ରଚାର ପ୍ରସାର କରିବା,୫- ଟି ଯୋଜନା ଅଛି କିନ୍ତୁ ନାମକୁ ମାତ୍ର, ମାଆ ମାନଙ୍କୁ ଗୁରୁତ୍ବ ଦେବା କହୁଥିବା ବେଳେ ବାସ୍ତବିକ ରୂପାୟନ ନ ହେବା, ଜିଲ୍ଲା ଦାବି, ଦାଦନ ସମସ୍ୟା ନେଇ ତୀବ୍ର ନିନ୍ଦା କରିଥିଲେ ।

ସେହିପରି ମୋଦି ସରକାର ଙ୍କ ନିର୍ମଳ ଶାସନ ଏବେ ଚାଲିବ ବୋଲି ଶ୍ରୀ ଜୈନ ପ୍ରକାଶ କରିଥିଲେ । ସେହିଭଳି ଟିଟିଲାଗଡ ପୌରପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ ଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କିଛି କରେଇ ନ ଦେବା ହାଟପଦା ବଜାର,ଚାଷୀ ସମସ୍ୟା, ପରିବହନ ମନ୍ତ୍ରୀ ହୋଇ ବସଷ୍ଟାଣ୍ଡ ନ ଥିବା, ଜଳ ସମ୍ପଦ ମନ୍ତ୍ରୀ ହୋଇ କୋଟି,କୋଟି ଟଙ୍କାର ବାଙ୍କେଲ ଡ୍ୟାମା ପୋତି ହୋଇ ଯାଇଥିବା ନେଇ ଦୁଃଖ ପ୍ରକାଶ ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀ ରେ ଅନେକ ଦଳୀୟ ନେତା,କର୍ମୀ ଯୋଗ ଦେଇଥିଲେ ।