ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନନ୍ତ ୧.୦ ଅନୁଷ୍ଠିତ

0
146
ଏକଲବ୍ୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୨) : ଆଜି ବିକ୍ରମପୁର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନନ୍ତ ୧.୦ ସମାରୋହରେ ପାଳିତ ହୋଇଯାଇଛି ।WhatsApp Image 2024 02 21 at 09.59.26 1 ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନନ୍ତ ୧.୦ ଅନୁଷ୍ଠିତ

ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗଦେଇ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ପାଠ ପଢିବା ପାଇଁ ଉପଦେଶ ଦେଇଥିଲେ । ମୂଖ୍ୟ ବକ୍ତା ଶ୍ୟାମଘନ ଭୂୟାଁ (ସି ଆଇ ଅଫ ସ୍କୁଲସ୍) ଯୋଗଦେଇ ନିଜ ଅଭିଭାଷଣରେ କହିଥିଲେ ଯେ, ଅଧ୍ୟୟନରେ କଠିନ ପରିଶ୍ରମର ଆବଶ୍ୟକତା ରହିଛି ତେଣୁ ପ୍ରତିଟି ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ପ୍ରତି ଦୃଷ୍ଟିଦେଇ ଅଧ୍ୟୟନ କରିବା ଆବଶ୍ୟକ । ମୂଖ୍ୟ ଅତିଥି ଭାବେ ପ୍ରଦୀପ୍ତ କୁମାର ଦଳେଇ (ଏ ଡି ଡବ୍ଲୁ ଓ , ପି ଏ ଆଇ ଟି ଡି ଏ), ସୁରଜ୍ ନାୟକ ଏସ (ଏ ଡି ଡବ୍ଲୁ ଓ), ଗଙ୍ଗାଧର ବେହେରା (ଡବ୍ଲୁ ଇ ଓ) ଯୋଗଦେଇ ଛାତ୍ରୀ ମାନଙ୍କୁ ପାଠ ପଢିବା ସାଙ୍ଗକୁ ଖେଳକୁଦ ଓ ନାଚଗୀତ କୁ ଗୁରୁତ୍ବ ଦେବାପାଇଁ କହିଥିଲେ ।

ଏକଲବ୍ୟ ସ୍କୁଲର ପ୍ରିନସପାଲ ଅନନ୍ତ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ସଭାପତିତ୍ବ କରି ଛାତ୍ର ଛାତ୍ରୀ ମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଶିକ୍ଷୟିତ୍ରୀ ଅଙ୍କିତା ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସିମାଞ୍ଚଳ ପାତ୍ର ମଞ୍ଚ ପରିଚାଳନା କରିଥିଲେ । ଅତିଥି ମାନଙ୍କ ଦ୍ଵାରା ଖେଳକୁଦ ପ୍ରତିଯୋଗିତାରେ କୃତି ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପରେ ଆବାସିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ରଧାନଶିକ୍ଷକ ଅନନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ ।