ଦୁର୍ଘଟଣା ରେ ମା ଆହତ ଝିଅ ନିହତ

0
109
ଦୁର୍ଘଟଣା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୨) : କାଶୀନଗର ଥାନା ଅନ୍ତର୍ଗତ ଅଲଡା ପଞ୍ଚାୟତର ଅଙ୍କରଡ଼ା ଗ୍ରାମ ନିକଟରେ ଥିବା ରାଜ୍ୟ ରାଜପଥ ୪ ନିକଟରେ ସଡକ ଦୁର୍ଘଟଣା ।

ଏକ ସ୍କୁଟି ଯାହାର ନଂ (ଓ ଡି ୦୨୦ସି ୪୧୧୨) ଯୋଗେ ମା ନିର୍ମଳା ପାସ୍ପୁ ରେଡି ଓ ଝିଅ ଭାରତୀ ପାସ୍ପୁ ରେଡି କୌଣସି କାମରେ ଗୁଣୁପୁର ଯାଇ ପାରଳାଖେମୁଣ୍ଡି ଅଭିମୁଖେ ଫେରିବା ସମୟରେ ଭାରସାମ୍ୟ ହରାଇ ଗଛକୁ ପିଟି ଦୁର୍ଘଟଣା ଗସ୍ତ ହୋଇଛି । ଦୁର୍ଘଟଣା ସ୍ଥଳରେ ଗ୍ରାମବାସୀ ତୁରନ୍ତ ପହଂଚି ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରି ଦମକଳ ଗାଡି ଯୋଗେ ମା ଓ ଝିଅ ଙ୍କୁ କାଶୀନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଚାଳକ ଝିଅ ଭାରତୀ ପାସ୍ପୁ ରେଡିଙ୍କୁ ମୃତ ଘୋଷଣା କରିଥିବା ବେଳେ ମା ନିର୍ମଳା ପାସ୍ପୁ ରେଡ୍ଡୀ ଗୁରୁତର ଭାବେ ଆହତ ହୋଇଥିବାରୁ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି । ସ୍ଥାନୀୟ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ତୁରନ୍ତ ଦୁର୍ଘଟଣା ସ୍ଥାନରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।