ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତିବାଦରେ ବିଜେପିର ରାସ୍ତାରୋକୋ,ତହସିଲଦାର ଓ SDPOଙ୍କ ହସ୍ତକ୍ଷେପ

0
49
ବିପର୍ଯ୍ୟସ୍ତ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୨/୨) : ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ପ୍ରତିବାଦ କରି ଆଜି ସନ୍ଧ୍ଯା ପ୍ରାୟ ୫ ଘଣ୍ଟା ସମୟରେ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀ ମାନେ ବୋରିଗୁମ୍ମା ଥାନା ଫାଟକ ସମ୍ମୁଖରେ ଧାରଣାରେ ପ୍ରାୟ ୧ ଘଣ୍ଟା ବସିଥିଲେ ।WhatsApp Image 2024 02 23 at 12.20.13 ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତିବାଦରେ ବିଜେପିର ରାସ୍ତାରୋକୋ,ତହସିଲଦାର ଓ SDPOଙ୍କ ହସ୍ତକ୍ଷେପ

ବୋରିଗୁମ୍ମା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି, ରାହାଜାନି ବଢ଼ିବାରେ ଲାଗିଛି । ଦିନ ଦ୍ବିପହରରେ ବି ଲୁଟେରା ମାନେ ସକ୍ରିୟ ଅଛନ୍ତି । ଗୋଟିଏ ପରେ ଗୋଟିଏ ଲୁଟ୍,ଡକାୟତି କରି ଚମ୍ପଟ ମାରୁଛନ୍ତି ଲୁଟେରା , ଅଥଚ ପୁଲିସ ଟେର୍ ପାଇ ପାରୁନାହିଁ ।ଗତ ୩ ମାସ ମଧ୍ୟରେ ବୋରିଗୁମ୍ମା ଥାନା ଅଞ୍ଚଳରେ ଏକ ଶହରୁ ଉର୍ଦ୍ଧ୍ଵ ଘଟଣା ଘଟିଛି । ଅଥଚ ପୁଲିସ ଓ ଗୃହ ବିଭାଗ ସ୍ଥାଣୁ ପାଲଟିଛି । ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷିତ ନୁହେଁ । ଗତ ଏକ ସପ୍ତାହ ତଳେ ଝିଲିମିଲି ଅଞ୍ଚଳର ଜେମା ନାମ୍ନୀ ଜଣେ ମହିଳାଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ ଘଟଣା ହେଉ ଅବା ଜାମୁଣ୍ଡା ନିକଟସ୍ଥ ଗୋପାଳ ନାମଧେୟ ଜନୈକ ଶିକ୍ଷକଙ୍କ ଟଙ୍କା, ସୁନା, ମୋବାଇଲ ଲୁଟ ଘଟଣା ହେଉ, ପୁଲିସକୁ ଏ ଯାଏଁ ସଫଳତା ମିଳି ପାରିନାହିଁ ।ଏ ସଂକ୍ରାନ୍ତରେ ବି.ଜେ.ପି. ତରଫରୁ ବୋରିଗୁମ୍ମା ଥାନା ଅଧିକାରୀଙ୍କ ସହ ଆଲୋଚନା କରି ବା ପରେ ଏକ ସପ୍ତାହ ମଧ୍ୟରେ ଅପରାଧୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ୍ ପ୍ରତିଶ୍ରୁତି ଦେଇଥିଲା ।

କିନ୍ତୁ ପୁଲିସ ବିଫଳ ହେବାରୁ ଥାନା ସମ୍ମୁଖରେ ବି.ଜେ.ପି. ନେତା ଗୌତମ ସାମନ୍ତରାୟ ଓ କର୍ମୀମାନେ ଧାରଣା ଦେଇଥିଲେ । ପରେ ଥାନା ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ସହରର ମୁଖ୍ୟ ଟ୍ରାଫିକ ଛକ ଠାରୁ ୨୬ ନମ୍ବର ଜାତୀୟ ରାଜପଥର ଉଭୟ ଜୟପୁର ଓ ନବରଙ୍ଗପୁର ଦିଗରେ , ୬୩ ନମ୍ବର ଜାତୀୟ ରାଜପଥର କୋଟପାଡ଼ ଦିଗରେ, କୁମୁଲି ରାସ୍ତା ତଥା ୪୮ ନମ୍ବର ରାଜ୍ୟ ରାଜପଥର କୋରାପୁଟ ଦିଗରେ ଶହ ଶହ ମାଲ ବୋଝେଇ ବାହନ ତଥା ଯାତ୍ରାବାହୀ ବସ, କାର, ବାଇକ ପ୍ରଭୃତି ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ଵ କାଳ ଅଟକି ରହିଥିଲେ । ଶେଷରେ ବୋରିଗୁମ୍ମା ଆରକ୍ଷୀ ଅଧିକାରୀ ଶୁଭେନ୍ଦୁ ଶବର ଏବଂ ତହସିଲଦାର ସବ୍ୟସାଚୀ ଜେନା ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା ।